ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗତ ମାସରେ ଜମ୍ମୁକଶ୍ମୀରରେ ସାଧାରଣ ନାଗରିକଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ପ୍ରାୟ ସମସ୍ତ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି | ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲା ପାଇଁ ଏବେ ସଶସ୍ତ୍ର ବାହିନୀ “ସର୍ଜିକାଲ୍ ଅପରେସନ୍” ଉପରେ ଧ୍ୟାନ ଦେଉଛି। ରବିବାର ଦିନ ଏହି ସୂଚନା ଦିଆଯାଇଛି। ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ଆତଙ୍କବାଦକୁ ମୁକାବିଲା କରିବା ପାଇଁ ଜମ୍ମୁ-କଶ୍ମୀର ପୁଲିସ, ଗୁପ୍ତଚର ଏଜେନ୍ସି ଏବଂ ସୈନ୍ୟବାହିନୀ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ଅପରେସନ କରାଯାଉଛି | ସାଧାରଣ ନାଗରିକଙ୍କୁ କିଭଳି ଆତଙ୍କବାଦୀ ଟାର୍ଗେଟ କରି ନ ପାରିବେ ତାହାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରାଯାଉଛି | ସୂଚନା ଥାଉ କି ଯେ ଗତ ମାସରେ ଜମ୍ମୁ କଶ୍ମୀରରେ ସାଧାରଣ ନାଗରିକଙ୍କ ହତ୍ୟା ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିଲା।






More Stories
ୟୁକ୍ରେନ୍ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ,୧୨ ମୃତ……
ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ଏନ୍. ଚନ୍ଦ୍ରଶେଖରନ୍ଙ୍କ ଇସ୍ତଫା…..
ଏଫସିଆରଏ ବିଲକୁ ଜେପିିସିକୁ ପଠାଇବା ପାଇଁ ପ୍ରସ୍ତାବ ଆଣିଲା କେନ୍ଦ୍ର…..