ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଗତ ମାସରେ ଜମ୍ମୁକଶ୍ମୀରରେ ସାଧାରଣ ନାଗରିକଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ପ୍ରାୟ ସମସ୍ତ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି | ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲା ପାଇଁ ଏବେ ସଶସ୍ତ୍ର ବାହିନୀ “ସର୍ଜିକାଲ୍ ଅପରେସନ୍” ଉପରେ ଧ୍ୟାନ ଦେଉଛି। ରବିବାର ଦିନ ଏହି ସୂଚନା ଦିଆଯାଇଛି। ସୁରକ୍ଷା ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ଆତଙ୍କବାଦକୁ ମୁକାବିଲା କରିବା ପାଇଁ ଜମ୍ମୁ-କଶ୍ମୀର ପୁଲିସ, ଗୁପ୍ତଚର ଏଜେନ୍ସି ଏବଂ ସୈନ୍ୟବାହିନୀ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ଅପରେସନ କରାଯାଉଛି | ସାଧାରଣ ନାଗରିକଙ୍କୁ କିଭଳି ଆତଙ୍କବାଦୀ ଟାର୍ଗେଟ କରି ନ ପାରିବେ ତାହାକୁ ଲକ୍ଷ୍ୟ ରଖି କାର୍ଯ୍ୟ କରାଯାଉଛି | ସୂଚନା ଥାଉ କି ଯେ ଗତ ମାସରେ ଜମ୍ମୁ କଶ୍ମୀରରେ ସାଧାରଣ ନାଗରିକଙ୍କ ହତ୍ୟା ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଥିଲା।
Discussion about this post