ରିପୋର୍ଟ କାର୍ଡ / ଭୁବନେଶ୍ୱର
ସୁସ୍ଥ ରହିବାକୁ ହେଲେ ଏଥିପାଇଁ ଆମକୁ ଖାଦ୍ୟପେୟ ଏବଂ ଦୈନନ୍ଦିନ ଜୀବନଶୈଳୀ ଉପରେ ଗୁରୁତ୍ୱ ଦେବାକୁ ପଡ଼ିଥାଏ। ତା’ ସହ ଆମର ସ୍ମରଣ ଶକ୍ତି ମଧ୍ୟ ସକ୍ରିୟ ରହିବା ନିହାତି ଦରକାର। ତେବେ ଏଥିପାଇଁ ଏକ ଉପାୟ ହାତପାହାନ୍ତାରେ ରହିଛି। ୟୁନିଭର୍ସିଟି ଅଫ୍ ଟରୋଣ୍ଟୋ ଏବଂ ୟୁନିଟି ହେଲ୍ଥ ଟରୋଣ୍ଟୋ ତରଫରୁ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ, ନିଜର ମନ ପସନ୍ଦର ଗୀତକୁ ବାରମ୍ବାର ଶୁଣିବା ଦ୍ୱାରା ଆମର ସ୍ମରଣ ଶକ୍ତି ପୂର୍ବାପେକ୍ଷା ଆହୁରି ସକ୍ରିୟ ରହିଥାଏ। ଏପରି ଗୀତ ଶୁଣିଲେ ତାହା ଆମ ସ୍ନାୟୁ କୋଷଗୁଡ଼ିକୁ ଚଳଚଞ୍ଚଳ ରଖେ ଏବଂ ମସ୍ତିଷ୍କକୁ ଆହୁରି କ୍ରିୟାଶୀଳ ହେବାରେ ସାହାଯ୍ୟ କରେ। ମସ୍ତିଷ୍କ ସହ ଯୋଡ଼ି ହୋଇ ରହିଥିବା ସମସ୍ତ ସ୍ନାୟୁକୋଷଗୁଡ଼ିକ କ୍ରମଶଃ ଚଳଚଞ୍ଚଳ ହୋଇ ଉଠେ, ଫଳରେ ରକ୍ତ ସଂଚାଳନ ଠିକ୍ ଭାବେ ହେବା ସହ ମନ ପ୍ରଫୁଲ୍ଲ ରୁହେ। ଯେ କୌଣସି କାର୍ଯ୍ୟ କରିବା ପାଇଁ ଆଗ୍ରହ ସୃଷ୍ଟି ହୁଏ। ତା’ ସହ କୌଣସି ନିଷ୍ପତ୍ତି ନେବାର କ୍ଷମତାକୁ ବି ବଢ଼ାଏ। ସର୍ଭେ ସମୟରେ ନିୟମିତ ନିଜ ମନ ପସନ୍ଦର ସଙ୍ଗୀତ ଶୁଣୁଥିବା କିଛି ବ୍ୟକ୍ତିଙ୍କର ସ୍ମରଣ ଶକ୍ତିକୁ ତନ୍ନ ତନ୍ନ କରି ତର୍ଜମା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କର ସ୍ମରଣ ଶକ୍ତି ପୂର୍ବାପେକ୍ଷା ସକ୍ରିୟ ଥିବାର ବିଶେଷଜ୍ଞମାନେ ଜାଣିପାରିଥିଲେ ବୋଲି ସର୍ଭେ ରିପୋର୍ଟରୁ ଜଣାପଡିଛି






More Stories
ବାରମ୍ବାର ଦେଇପାରିବେନି ଆଇଏଏସ୍,ଆଇପିଏସ୍ ପରୀକ୍ଷା……
ରାଜ୍ୟରେ ବଢ଼ିଲା କୋଭିଡ ମାମଲା,ଜନସାଧାରଣଙ୍କୁ ପରାମର୍ଶ….
ଓଡିଶାକୁ ପୁଣି ଫେରିଲା କରୋନା:ଜଣେ ଆକ୍ରାନ୍ତ ଚିହ୍ନଟ……