ରିପୋର୍ଟ କାର୍ଡ / ଭୁବନେଶ୍ୱର
ତାମିଲନାଡ଼ୁ କୁନ୍ନୁରଠାରେ ହେଲିକପ୍ଟର ଦୁର୍ଘଟଣାର ସିଡିଏସ୍ ବିପିନ୍ ରାୱତଙ୍କ ସହ ସହିଦ ହୋଇଥିବା ଓଡ଼ିଆ ଯବାନ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର | ଜନ୍ମମାଟି ତାଳଚେରର କୃଷ୍ଣଚନ୍ଦ୍ରପୁର ଗାଁରେ ପହଞ୍ଚିଛି | ଏକ ସ୍ଵତନ୍ତ୍ର ଯାନରେ ରାଣା ପ୍ରତାପଙ୍କ ମରଶରୀରକୁ ଭୁବନେଶ୍ଵରରୁ ନିଜ ଗାଁକୁ ଅଣାଯାଇଛି। ନିଜ ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପନ୍ନ ହେବ। ଗାଁରେ ମରଶରୀର ପହଞ୍ଚିବା ପରେ ହଜାର ସଂଖ୍ୟକ ଲୋକେ ରାସ୍ତାର ଉଭୟ ପାର୍ଶ୍ଵରେ ଛିଡା ହୋଇ ଯବାନଙ୍କ ଶେଷ ଦର୍ଶନ କରିଛନ୍ତି। ଗାଁରେ ଶୋକା କୋଳ ପରିବେଶ ସୃଷ୍ଟି ହୋଇଛି | ଗାଁର ପ୍ରବେଶ ପଥରେ ଏକ ଅସ୍ଥାୟୀ ଶ୍ମଶାନ ପ୍ରସ୍ତୁତ କରାଯାଇଛି । ସେଠାରେ ତାଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ । ଏହା ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲା ଓଡିଆ ଯବାନ ରାଣା ପ୍ରତାପ ଦାସଙ୍କ ପାର୍ଥିବ ଶରୀର । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲା ରାଣାପ୍ରତାପଙ୍କ ପାର୍ଥିବ ଶରୀର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚି ଯବାନଙ୍କ ପାର୍ଥିବ ଶରୀରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

ଏହା ପରେ ତାଙ୍କ ଜନ୍ମମାଟି ତାଳଚେର କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁରେ ରାଣାପ୍ରତାପଙ୍କ ମରଶରୀର ପହଞ୍ଚିଛି। ପାର୍ଥିବ ଶରୀର ଗାଁ ପରିକ୍ରମା କରାଯିବା ପରେ ଗାଁରେ ସତ୍କାର କରାଯିବ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ରାଣା ପ୍ରତାପଙ୍କ ଶେଷକୃତ୍ୟ ସଂପନ୍ନ କରାଯିବ।






More Stories
୯୫ ଆସନରେ ଲଢ଼ିବ କଂଗ୍ରେସ…..
ପଖାଳ ଦିବସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..