ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆସନ୍ତା ୧୩ ତାରିଖରେ ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି କୃଷକ ନେତାମାନଙ୍କୁ ସ୍ୱର୍ଣ୍ଣ ମନ୍ଦିର ପରିସରରେ ସମ୍ବର୍ଦ୍ଧିତ କରିବ। କୃଷକ ନେତାମାନେ ସ୍ୱର୍ଣ୍ଣ ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ ଆସିବା ଅବସରରେ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଏସଜିପିସି ପକ୍ଷରୁ କୁହାଯାଇଛି। ଏସଜିପିସିର କାର୍ଯ୍ୟନିର୍ବାହୀ କମିଟି ବୈଠକ ଅବସରରେ ଏହା ସମେତ ଅନ୍ୟାନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏସଜିପି ସଭାପତି ହରଜିନ୍ଦର ସିଂ ଧାମିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଏହି ବୈଠକ ବସିଥିଲା। ସୂଚନାଯୋଗ୍ୟ ଯେ କୃଷକ ଆନ୍ଦୋଳନ ସମୟରେ ଏସଜିପିସି କୃଷକମାନଙ୍କୁ ସମର୍ଥନ ଜଣାଇଥିଲା ଏବଂ ଭବିଷ୍ୟତରେ ମଧ୍ୟ ସେମାନଙ୍କ ସହିତ ଦୃଢ ଭାବରେ ଛିଡାହେବ ବୋଲି ଧାମି କହିଛନ୍ତି। ୪୦ କୃଷକ ସଂଗଠନକୁ ନେଇ ଗଠିତ ଛାମୁଆ ସଂଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା ଗୁରୁବାର ବର୍ଷେରୁ ଅଧିକ କାଳ ଧରି ଚାଲିଥିବା କୃଷକ ଆନ୍ଦୋଳନ ସ୍ଥଗିତ ରଖିବାକୁ ଘୋଷଣା କରିବା ପରେ ଶନିବାର ଠାରୁ କୃଷକମାନେ ନିଜ ନିଜ ଘରକୁ ଫେରିବା ଆରମ୍ଭ କରିଛନ୍ତି।





More Stories
ସିରିଆର ପୂର୍ବତନ ରାଷ୍ଟ୍ରପତିଙ୍କୁ ଫାଶୀ ଦଣ୍ଡାଦେଶ;ପିଞ୍ଜରାରେ କୋର୍ଟ ଅଣାଗଲା!….
କ୍ୟାନ୍ସର ଚିହ୍ନଟ ହେଲେ ସରକାରଙ୍କୁ ଜଣାନ୍ତୁ…..
ବିମାନ ଜରୁରୀ ଅବତରଣ…..