ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
୨୦୨୨ରେ ୫ ରାଜ୍ୟରେ ହେବାକୁଥିବା ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତିରେ ଲାଗିପଡିଛନ୍ତି ବିଭିନ୍ନ ରାଜନୈତିକ ଦଳ । ନିର୍ବାଚନ ଯେତିକି ପାଖେଇ ଆସୁଛି ଗୋଆ ରାଜନୈତିକ ମାହୋଲ ସେତିକି ସରଗରମ ହୋଇ ଉଠିଛି। ବିଭିନ୍ନ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ପ୍ରଥମକରି ଗୋଆ ରାଜନୀତିରେ ଏଣ୍ଟ୍ରି ମାରିଥିବା ତୃଣମୂଣ କଂଗ୍ରେସ ନିର୍ବାଚନୀ ପ୍ରସ୍ତୁତି ଜୋରଦାର କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋଆରେ ଘନ ଘନ ପାଦ ପଡୁଛି | ବିଧାନସଭା ନିର୍ବାଚନ ପାଇଁ ଦୁଇ ଦିନିଆ ଗୋଆ ଗସ୍ତରେ ପହଞ୍ଚିଛନ୍ତି। ଷୋମବାର ସେ ଭରସା ଦେଇଛନ୍ତି ଯେ, ତାଙ୍କ ଦଳ ବିଧାନସଭା ନିର୍ବାଚନ ଜିତିବ। ଯଦି ଗୋଆରେ ବିଜେପିକୁ ହରାଇବାର ଅଛି ତେବେ ଟିଏମସି ସହିତ ଆସିବାକୁ ପଡିବ। ଆମକୁ ସମର୍ଥନ କରିବା ଉଚିତ୍। ଗୋଆକୁ ସୁନ୍ଦର, ବିନମ୍ର ଓ ବିଦ୍ଵାନ ରାଜ୍ୟ ଦର୍ଶାଇ ମମତା ବାନାର୍ଜୀ କହିଛନ୍ତି, ଆମ ପାର୍ଟି ଏଠାରେ କ୍ଷମତାକୁ ନିୟନ୍ତ୍ରିତ କରିବା କିମ୍ବା ମୁଖ୍ୟମନ୍ତ୍ରୀ ହେବାକୁ ଆସି ନାହିଁ। ଆମେ ନିଜର ଅନୁଭବର ଉପଯୋଗ କରି ଗୋଆବାସୀଙ୍କୁ ସାହାଯ୍ୟ କରିବାକୁ ଚାହୁଁଛୁ ବୋଲି ମମତା କହିଛନ୍ତି। ଏହି ପରି ମମତା ରାଜ୍ୟରେ କଂଗ୍ରେସକୁ ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି। ଟିଏମସି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟର ସର୍ବ ପୁରାତନ ପାର୍ଟି ମହାରାଷ୍ଟ୍ରବାଦୀ ଗୋମାନ୍ତକ ପାର୍ଟି ସହ ମେଣ୍ଟ କରିଛି। ଟିଏମସି ନିଜର ସହଯୋଗୀ ଦଳ ସହିତ ମିଶି ରାଜ୍ୟର ସମସ୍ତ ୪୦ ଆସନରେ ପ୍ରାର୍ଥୀ ଦେବାକୁ ଘୋଷଣା କରି ସାରିଛି। ଦେଶରେ ଆସନ୍ତାବର୍ଷ ୟୁପି, ଉତ୍ତରାଖଣ୍ଡ, ପଞ୍ଜାବ ଓ ମଣିପୁର ସହିତ ଗୋଆରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବାନାର୍ଜୀ କହିଛନ୍ତି, ମୋ ପାଖରେ ଗୋଆ ପାଇଁ ସେହି ଯୋଜନା ରହିଛି, ଯାହା ଆମେ ପଶ୍ଚିମବଙ୍ଗରେ କାମ କରି ଦେଖାଇଛୁ। ଯଦି ଆମେ କ୍ଷମତାକୁ ଆସୁ ତେବେ ଛଅ ମାସ ଭିତରେ ଯୋଜନା ଲାଗୁ କରି ଦେବୁ। ଏହା ପୂର୍ବରୁ ମମତା କହିଥିଲେ, ତାଙ୍କ ପାର୍ଟି ଗୋଆରେ ନିର୍ବାଚନ ଲଢିବାକୁ ଚାହୁଁନଥିଲା। ମାତ୍ର ଦେଖିଲୁ ଗୋଆରେ ବିଜେପିକୁ ଟକ୍କର ଦେବା ପରି ଦଳ ନାହାନ୍ତି, ତେଣୁ ଟିଏମସି ନିର୍ବାଚନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିବା ମମତା କହିଛନ୍ତି। ମମତା ବାନାର୍ଜୀ କହିଛନ୍ତି, ଆମେ ବିଗତ ଅନେକ ବର୍ଷ ଧରି ଗୋଆ ଆସିନଥିଲୁ। ମାତ୍ର ଯେବେ ଆମେ ଦେଖିଲୁ ଏଠାରେ କେହି କିଛି କରୁ ନାହାନ୍ତି। ବିଜେପି ବିରୋଧରେ କେହି ଲଢୁ ନାହାନ୍ତି। ତେଣୁ ଆମେ ଏଠାରେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଲୁ ବୋଲି ମମତା କହିଛନ୍ତି।






More Stories
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..
ଶରଦ ପାଓ୍ବାରଙ୍କୁ ଝଟକା:ଅଜିତ ଯିବା ପରେ ବଦଳିଗଲା NCP!…..
“ହମ୍ପଟି ଡମ୍ପଟି ବଜେଟ”……