ରିପୋର୍ଟ କାର୍ଡ / ଭୁବନେଶ୍ବର
ଏଣିକି ବିବାହ ପ୍ରସେସନରେ ରାତି ୧୦ଟା ପରେ ଡିଜେ ସାଉଣ୍ଡ ଓ ବାଣ ଫୁଟାଇ ପାରିବେ ନାହିଁ । କମିଶନରେଟ୍ ପୋଲିସ ପକ୍ଷରୁ କଟକଣା କଡାକଡି କରାଯାଇଛି । ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ଯଦି କୌଣସି ସ୍ଥାନରେ କଟକଣା ଉଲଂଘନ ହେଉଥିବାର ନଜରକୁ ଆସେ ତେବେ ଜଣାଇବାରୁ କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି । ଡିସିପି କାର୍ଯ୍ୟାଳୟର ଲ୍ୟାଣ୍ଡଲାଇନ ନମ୍ବର କିମ୍ବା ୧୧୨କୁ କଲ୍ କରି ଜଣାଇବାକୁ ଭୁବନେଶ୍ବର ଡିସିପି କହିଛନ୍ତି । କମିଶନରେଟ୍ ପୋଲିସ ପକ୍ଷରୁ ଜାରି ହୋଇଥିବା ନମ୍ବରଟି ହେଉଛି ୦୬୭୪୨୫୪୦୨୯୪ । ତେବେ ବରିଷ୍ଠ ନାଗରିକ, ପ୍ରସୂତୀ ମହିଳା, ଛୋଟ ପିଲାଙ୍କୁ ଦୃଷ୍ଟିରେ ରଖି ଏହିଭଳି କଟକଣା ଜାରି କରାଯାଇଥିବା ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି ।






More Stories
ସଡ଼କ ସୁରକ୍ଷା ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ…..
ଚାଷୀଙ୍କୁ ମିଳିବ ସ୍ୱତନ୍ତ୍ର ପ୍ୟାକେଜ…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ……