Report Card Odisha

| Daily Odia News

ଆହୁରି ଶୀତ ବଢିବ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ରାଜ୍ୟରେ ଶୀତ ପ୍ରକୋପ ବଢ଼ୁଛି। ଆଗକୁ ଆହୁରି ଶୀତ ବଢିବ | ଜାଡ଼ରେ ଥରୁଛି ଦାରିଙ୍ଗବାଡ଼ି। ଅପରାହ୍ଣରୁ ଶୀତ ପଡ଼ିବା ଆରମ୍ଭ ହେଉଛି। ସକାଳ ୮ଟା ଯାଏଁ ଶୀତ ଲାଗି ରହୁଛି। ଦାରିଙ୍ଗବାଡ଼ିରେ ପାରଦ ତଳ ମୁହାଁ ହୋଇଛି। କେବଳ ଦାରିଙ୍ଗବାଡ଼ି ନୁହେଁ ଫୁଲବାଣୀ ଏବଂ ବାଲିଗୁଡ଼ାରେ ମଧ୍ୟ ପ୍ରବଳ ଥଣ୍ଡା ପଡୁଛି। ରାତିରେ ବାହାରିବା କଷ୍ଟଦାୟକ ହୋଇ ପଡୁଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଆଗକୁ ଆହୁରି ଶୀତ ବଢ଼ିବ। ଉତ୍ତର-ପଶ୍ଚିମ-ଉତ୍ତର ଦିଗରୁ ଓଡ଼ିଶା ମଧ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହ କରୁଥିବାରୁ ଆଗାମୀ ୪ରୁ ୫ ଦିନ ଯାଏଁ ସର୍ବନିମ୍ନ ତାପମାତ୍ର ୨ରୁ ୩ ଡିଗ୍ରୀ ଯାଏଁ ତଳକୁ ଖସିବ। ଗତ ୨୪ଘଣ୍ଟା ମଧ୍ୟରେ ରାତି ତାପମାତ୍ରା ୧ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ଦ୍ବାରା ୧୯ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ତଳକୁ ଖସି ଆସିଛି। ଉପରୋକ୍ତ ସ୍ଥାନ ଗୁଡ଼ିକରେ ପ୍ରବଳ ଜାଡ଼ ଅନୁଭୂତ ହେଉଛି। ପାହାଡ଼ିଆ ଅଞ୍ଚଳ ମଧ୍ୟରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରେକର୍ଡ କରାଯାଇ ଥିବାବେଳେ ସମତଳ ଅଞ୍ଚଳ ମଧ୍ୟରେ ଫୁଲବାଣୀରେ ପାରଦ ୧୦ ଡିଗ୍ରୀ ରହିଛି।

 

Breaking News