ରିପୋର୍ଟ କାର୍ଡ / ଭୁବନେଶ୍ୱର
ହସ୍ପିଟାଲ ଛାତରୁ ଡେଇଁ ଜଣେ ରୋଗୀ ଆତ୍ମହତ୍ୟା କରିଛନ୍ତି । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ମୃତ ଯୁବକ ଗୋତମରା ଗାଁ ଚିକୁନ ବିଶ୍ୱାଳ । ସେ ବୁଧବାର ସାନିଟାଇଜର ପିଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ହୋଇଯାଇଥିଲା । ହେଲେ ଗୁରୁବାର ଭୋର୍ ସମୟରେ ଚିକୁନ ହସ୍ପିଟାଲର ପାଞ୍ଚ ମହଲା ଛାତରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ହସ୍ପିଟାଲ ଛାତରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟାଯୁବକ ଜଣକ ଡେଇଁବା ପରେ ସୁରକ୍ଷାକର୍ମୀ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।






More Stories
ରାସନ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ……
ମୋ ଝିଅକୁ ଫାଶୀ ଦିଅ…..
ଜୀବନ ନେଉଛି ଫ୍ଲୁ…..