ରିପୋର୍ଟ କାର୍ଡ / ଭୁବନେଶ୍ଵର
ଓମିକ୍ରନ ଭ୍ୟାରିଏଣ୍ଟ କୁ ନେଇ ସମସ୍ତେ ଭୟବିତ୍ତ | ଦେଶରେ ଓମିକ୍ରନ ଧୀରେ ଧୀରେ କାୟାବିସ୍ତାର କରୁଛି |ଏନେଇ ନେଇ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କରିଛନ୍ତି । ବାହାର ଦେଶରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖିଛି ସ୍ୱାସ୍ଥ୍ୟ ବିଭାଗ। ପଜିଟିଭ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କ ପାଇଁ ସରକାରୀ ବ୍ୟବସ୍ଥା ଥିବା ହସ୍ପିଟାଲରେ କରାଯିବ ସ୍ୱତନ୍ତ୍ର ବ୍ଲକ। ଯେପରି ଅନ୍ୟ ରୋଗୀଙ୍କ ସହ ସଂସ୍ପର୍ଶରେ ନଆସିବେ । ସେନେଇ ବ୍ୟବସ୍ଥା କରାଯିବ। ସେମାନଙ୍କ ପାଇଁ ହୋମ ଆଇସୋଲେଶନ ବ୍ୟବସ୍ଥା ନଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଓମିକ୍ରନ ଡେଲ୍ଟାଠୁ ୫ ଗୁଣା ଅଧିକ ସଂକ୍ରମଣ କରୁଛି। କେତେ ହସ୍ପିଟାଲାଇଜେସନ ହେବ , କେତେ ଗୁରୁତର ହେବ ଜଣାପଡିନି। କିନ୍ତୁ ସାଧାରଣତଃ କୋଭିଡ ଭଳି ଲକ୍ଷଣ ପ୍ରକାଶ ପାଉଛି। ଭାକ୍ସିନ୍ ଉପରେ ଏହାର ପ୍ରଭାଵ କଣ ରହିବ, ସେନେଇ ବିଚାରାଧୀନ ରହିଛି। ତେବେ ବର୍ତ୍ତମାନ ଅଧିକ ରୋଗୀ ନଥିବାରୁ ସ୍ୱତନ୍ତ୍ର କୋଭିଡ ହସ୍ପିଟାଲକୁ ଅତିରିକ୍ତ ମୋଡ଼ରେ ରଖାଯାଇଛି । ଆବଶ୍ୟକ ସ୍ଥଳେ ଏହାକୁ କାର୍ଯ୍ୟକାରୀ ହୋଇପାରିବ। ସେହିପରି ସ୍ଥାନୀୟ ଲୋକ ପ୍ରତିନିଧି, ଗାଁର ମୁଖିଆ ବି ସୂଚନା ଦେଲେ ସର୍ଭିଲାନ୍ସକୁ ଆଣି ଟେଷ୍ଟ କରାଯିବ। ସରକାର ସୁବିଧା ଲାଗି ପୋର୍ଟାଲରେ ପଞ୍ଜିକରଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ଖୋଜିକି ବାହାର କରୁଛନ୍ତି।






More Stories
ଆସୁଛି ଲଘୁଚାପ…..
ସୈାମ୍ୟରଞ୍ଜନ ମୃତ୍ୟୁ ଘଟଣା;ଗିରଫ ସଂଖ୍ୟା ୧୧କୁ ବୃଦ୍ଧି….
ବିଜେପିର ଶପଥ ଗ୍ରହଣ ଉତ୍ସବ:ଦୁର୍ଗା ମୂର୍ତ୍ତିରୁ ମଞ୍ଚ ଉପରେ ଝାଲମୁଢି ପର୍ଯ୍ୟନ୍ତ….