ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ରାଜ୍ୟସଭାରେ ସରକାରୀ ଦଳ ଉପରେ ପ୍ରବଳ ବର୍ଷିଲେ ସାଂସଦ ଜୟା ବଚ୍ଚନ | ସୋମବାର ବୋହୂ ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦିଲ୍ଲୀରେ ଦୀର୍ଘ ୫ ଘଣ୍ଟା ଧରି ଜେରା କରିଥିଲା।ଏହାକୁ ନେଇ ସମାଜବାଦୀ ପାର୍ଟି ସାଂସଦ ତଥା ଐଶ୍ବର୍ଯ୍ୟାଙ୍କ ଶାଶୂ ଜୟା ବଚ୍ଚନ ରାଜ୍ୟସଭାରେ ପ୍ରବଳ ରାଗି ଯାଇଥିଲେ। ତୁମମାନଙ୍କର ମଧ୍ୟ ଖରାପ ସମୟ ଆସିବ ବୋଲି କହି ଜୟା ସରକାରୀ ଦଳକୁ ଏକପ୍ରକାର ଅଭିଶାପ ଦେଇଥିଲେ। ନାର୍କୋଟିକ୍ସ ଡ୍ରଗ୍ସ ଉପରେ ଆଲୋଚନାବେଳେ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ମୁଖ୍ୟତଃ ସରକାରୀ ଦଳକୁ ଲକ୍ଷ୍ୟ କରି ସେ ଅଧିକ ବର୍ଷିଥିଲେ। ଏପରିକି ଅଧ୍ୟକ୍ଷଙ୍କ ବିରୋଧରେ ଅଭିଯୋଗ ଆଣିବାକୁ ମଧ୍ୟ ପଛଘୁଞ୍ଚା ଦେଇ ନଥିଲେ। ଅଧ୍ୟକ୍ଷ ବିରୋଧୀ ଦଳଙ୍କ କଥା ଶୁଣୁନାହାନ୍ତି କିମ୍ବା ସେମାନଙ୍କୁ ସୁରକ୍ଷା ଦେଉନାହାନ୍ତି ବୋଲି କହିଥିଲେ। ଏହି ସମୟରେ ଗୃହରେ ଭୁବନେଶ୍ବର କଲିତା ଅଧ୍ୟକ୍ଷତା କରୁଥିଲେ। ଅଧ୍ୟକ୍ଷ ଦର୍ଶାଇଥିଲେ ଯେ ସେ ନାର୍କୋଟିକ୍ସ ବିଲ୍ ଉପରେ ଆଲୋଚନା କରୁନାହାନ୍ତି। ଆପଣ ବିଲ୍ ଉପରେ ଆଗ୍ରହୀ ନାହାନ୍ତି। ବର୍ତ୍ତମାନ ମୋର କହିବା ପାଳି। କ୍ଲରିକାଲ ତ୍ରୁଟି ପାଇଁ ଆମକୁ ୩ରୁ ୪ ଘଣ୍ଟା ଆଲୋଚନା ପାଇଁ ଦିଆଯାଇଛି ବୋଲି ଜୟା ଦର୍ଶାଇଥିଲେ। ବିଭିନ୍ନ ଆଡ଼ୁ ସଦସ୍ୟମାନେ ଏହାର ପ୍ରତିବାଦ କରିଥିଲେ। ଏହାପରେ ଜୟା ଗୃହରେ ନିଜର ନିୟନ୍ତ୍ରଣ ହରାଇଥିଲେ। ମୁଖ୍ୟତଃ ସରକାରୀ ଦଳର ସଦସ୍ୟମାନଙ୍କୁ ଲକ୍ଷ୍ୟ କରି ସେ କହିଥିଲେ ଏଠାରେ କ’ଣ ଚାଲିଛି? ଆପଣମାନଙ୍କ ମଧ୍ୟ ଖରାପ ଦିନ ଆସିବ। ବିଜେପି ସାଂସଦ ରାକେଶ ସିହ୍ନା କହିଥିଲେ ଜୟା ଅଧ୍ୟକ୍ଷଙ୍କୁ ଟାର୍ଗେଟ କରିଛନ୍ତି। ଏହାପରେ ଯୁକ୍ତିତର୍କ ଚାଲିଥିଲା। ସଦସ୍ୟଙ୍କ ବିରୋଧରେ ଅଧ୍ୟକ୍ଷ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଜୟା ଦାବି କରିଥିଲେ। ତାଙ୍କ ବିରୋଧରେ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିବା ଅଭିଯୋଗ ସେ ଆଣିଥିଲେ।






More Stories
ଆଜି ଇସ୍ତଫା ଦେବେ ନୀତୀଶ…..
କଂଗ୍ରେସ ଛାଡ଼ି ପାରନ୍ତି ସୋଫିଆ ଫିର୍ଦୋସ…..
ନବୀନଙ୍କ ନିର୍ଦ୍ଦେଶରେ ଭୋଟ୍ ଦେଇଛି…..