ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜଣେ ୬୭ ବର୍ଷିୟ ବ୍ୟକ୍ତି ନିଜଠାରୁ ୨୭ ବର୍ଷୀୟ ସାନ ପତ୍ନୀ ସହିତ ଶାରୀରିକ ସମ୍ବନ୍ଧ ରଖିବା ସମୟରେ ଦାନ୍ତରେ ଖଣ୍ଡିଆ କରିଦେଉଥିଲେ । ଏନେଇ ପତ୍ନୀ ଡିସେମ୍ବର ମାସରେ ସ୍ୱାମୀ ବିରୋଧରେ ଅପ୍ରାକୃତିକ ଯୌନ ସମ୍ବନ୍ଧ ରଖୁଥିବା ନେଇ ଅଭିଯୋଗ କରିଥିଲେ । ଏହାର ସମାଧାନ କରିବାକୁ ଯାଇ ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲା କୋର୍ଟ କହିଥିଲେ ଯେ, ତାର ବତିସି ବାହାର କରାଯାଉ । ମହିଳାଙ୍କ ଅଭିଯୋଗ ଅନୁସାରେ, ଯୌନ ସମ୍ବନ୍ଧ ରଖିବା ସମୟରେ ସ୍ୱାମୀ ତାଙ୍କୁ କାମୁଡ଼ି ଦେଉଥିଲେ । ଏହାର କିଛି ଫଟୋ ମଧ୍ୟ ସେ କୋର୍ଟ ଆଗରେ ରଖିଛନ୍ତି । ମହିଳାଙ୍କ ଗୁପ୍ତାଙ୍ଗରେ ନକଲି ଦାନ୍ତରେ ଖଣ୍ଡିଆ କରୁଥିବା ଅଭିଯୋଗ ହୋଇଛି । ତେବେ କୋର୍ଟ ଯଥାଶୀଘ୍ର ଅଭିଯୁକ୍ତକୁ ଗିରଫ କରିବାକୁ ଆଦେଶ ଜାରି କରିଛନ୍ତି । ଏଥିସହିତ ପୋଲିସ୍ କୁ ତାର ନକଲି ଦାନ୍ତ କାଢ଼ି ନେବାକୁ ମଧ୍ୟ କହିଛନ୍ତି । ପୀଡ଼ିତା କହିଛନ୍ତି ଯେ, ଅଭିଯୁକ୍ତର ପ୍ରଥମ ପତ୍ନୀ କୋଭିଡ୍ ସମୟରେ ମୃତ୍ୟୁବରଣ କରିଥିଲେ । ଆଉ ସେ ନିଜେ ମଧ୍ୟ ପ୍ରଥମ ସ୍ୱାମୀଙ୍କ ଠାରୁ ଅନେକ ସମୟରୁ ଅଲଗା ରହିଆସୁଥିଲେ । ଏହାପରେ ସମ୍ପର୍କିୟ ମାନଙ୍କ ଜରିଆରେ ଅଭିଯୁକ୍ତ ସ୍ୱାମୀଙ୍କ ସହିତ ତାଙ୍କର ବିବାହ ଅକ୍ଟୋବର ମାସ ୨୦୨୧ ରେ ହୋଇଥିଲା । ବିବାହର ପ୍ରଥମ ରାତିରେ ହିଁ ଅଭିଯୁକ୍ତ ଜଣକ ଏପରି ବ୍ୟବହାର କରିଥିଲେ । ବାରମ୍ବାର ଏପରି କରିବାକୁ ମହିଳା ଜଣକ ଡିସେମ୍ବର ମାସରେ ପୋଲିସ୍ ପାଖରେ ଏଫଆଇଆର୍ ଦେଇଥିଲେ ।
More Stories
ହସ୍ପିଟାଲକୁ ହାଇଆଲର୍ଟ:୧୨ ହଜାର ବେଡ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ…..
୮ ହଜାର ‘ଏକ୍ସ’ ଆକାଉଣ୍ଟ୍ ବ୍ଲକ…..
ଚାଟାର୍ଡ ଏକାଉଣ୍ଟାଣ୍ଟ (ସିଏ) ପରୀକ୍ଷା ସ୍ଥଗିତ……