ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ସ୍ଥିତିକୁ ନେଇ ଅପରାହ୍ନ ସାଢେ ୪ଟାରେ ସମୀକ୍ଷା ବୈଠକ କରିବେ ବୋଲି ଜଣାପଡିଛି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ନେଇ ଦେଶରେ ଏବେ ଭୟ ଓ ଆତଙ୍କର ମାହୋଲ । ଅନେକ ରାଜ୍ୟ କଟକଣା ଲଗାଇଛନ୍ତି । କିଛି ସ୍ଥାନରେ ନାଇଟ କର୍ଫ୍ୟୁ ଓ ଓ୍ୱିକେଣ୍ଡ୍ ସଟ୍ ଡାଉନ୍ ଫେରିଛି । ଏପରିକି ବିବାହ, କାର୍ଯ୍ୟକ୍ରମ ଓ ସଭାସ୍ଥଳ ଉପରେ କଟକଣା ଲାଗିଛି । ଏହା ସତ୍ତ୍ୱେ ମାମଲା ଥମିବାର ନା ନେଉଁନାହିଁ । ଏପରି ସ୍ଥିତିରେ ମୋଦୀଙ୍କ ସମୀକ୍ଷା ବୈଠକ ବହୁ ଗୁରୁତ୍ୱ ବହନ କରୁଛି । ଏବେସୁଦ୍ଧା ଦେଶରେ ୩୫ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୪୮୩୭୯୦ ସକ୍ରିୟ ମାମଲା ରହିଛି ଏବଂ ୩୪୪୫୩୬୦୩ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୪୮୩୭୯୦ ସଂକ୍ରମିତ ପ୍ରାଣ ହରାଇଛନ୍ତି ।
More Stories
ନିଯୁକ୍ତ ହେବେ ସ୍ବାସ୍ଥ୍ୟ କର୍ମୀ,ରହିତାଦେଶ ହଟାଇଲେ ହାଇକୋର୍ଟ…..
ଜାଲ୍ ଦସ୍ତାବିଜ୍ ଦେଇ ଋଣ:ବିଲ୍ଡର ଦମ୍ପତି ଗିରଫ…..
ବାରବାଟୀ ଷ୍ଟାଡିୟମ ଜଗିବେ ୫୦ ପ୍ଲାଟୁନ ଫୋର୍ସ…..