ରିପୋର୍ଟ କାର୍ଡ / ପୁରୀ
ପୁଣି ଭିଜିଲାନ୍ସ ଜାଲ ପୂର୍ବତନ ARCS | ଆଜି ସକାଳେ ARCS ରାଜକିଶୋର ପରିଡାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ବ୍ରହ୍ମଗିରି ଖଟପିରିଙ୍ଗି ପୈତୃକ ବାସଭବନ , ପୁରୀ ଓ ଭୁବନେଶ୍ବର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ ଜାରି ରଖିଛି । ତେବେ ARCS ଅର୍ଥ ଅତିରିକ୍ତ ରେଜିଷ୍ଟ୍ରାର କୋଅପରେଟିଭ ସୋସାଇଟି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜକିଶୋର ପରିଡାଙ୍କ ଘରେ ଚଢ଼ାଉ ହୋଇଛି । ବ୍ରହ୍ମଗିରିର କଲେଜ ଛକସ୍ଥିତ ଘରେ ଭିଜିଲାନ୍ସ ଟିମର ୭ ଜଣିଆ ଟିମ୍ ଏହି ଚଢାଉ କରିଛି । ପୁରୀର ଗୋପୀନାଥପୁର ଓ ବ୍ରହ୍ମଗିରିରେ ଥିବା ଅବାସିକ ଘର, ପୁରୀରେ ଥିବା ପୈତୃକ ଘର, ପୁରୀରେ ଥିବା ସିମେଣ୍ଟ ଇଟା କାରଖାନା, ଆଠଗଡ଼ ଓ ବାରିପଦାରେ ରହୁଥିବା ବଡ ପୁଅ ରାଜତ କୁମାର ପରିଡ଼ାଙ୍କ ଘରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି |






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..