ରିପୋର୍ଟ କାର୍ଡ / ପୁରୀ
ପୁଣି ଭିଜିଲାନ୍ସ ଜାଲ ପୂର୍ବତନ ARCS | ଆଜି ସକାଳେ ARCS ରାଜକିଶୋର ପରିଡାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ବ୍ରହ୍ମଗିରି ଖଟପିରିଙ୍ଗି ପୈତୃକ ବାସଭବନ , ପୁରୀ ଓ ଭୁବନେଶ୍ବର ସମେତ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ ଜାରି ରଖିଛି । ତେବେ ARCS ଅର୍ଥ ଅତିରିକ୍ତ ରେଜିଷ୍ଟ୍ରାର କୋଅପରେଟିଭ ସୋସାଇଟି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜକିଶୋର ପରିଡାଙ୍କ ଘରେ ଚଢ଼ାଉ ହୋଇଛି । ବ୍ରହ୍ମଗିରିର କଲେଜ ଛକସ୍ଥିତ ଘରେ ଭିଜିଲାନ୍ସ ଟିମର ୭ ଜଣିଆ ଟିମ୍ ଏହି ଚଢାଉ କରିଛି । ପୁରୀର ଗୋପୀନାଥପୁର ଓ ବ୍ରହ୍ମଗିରିରେ ଥିବା ଅବାସିକ ଘର, ପୁରୀରେ ଥିବା ପୈତୃକ ଘର, ପୁରୀରେ ଥିବା ସିମେଣ୍ଟ ଇଟା କାରଖାନା, ଆଠଗଡ଼ ଓ ବାରିପଦାରେ ରହୁଥିବା ବଡ ପୁଅ ରାଜତ କୁମାର ପରିଡ଼ାଙ୍କ ଘରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି |






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ସ୍ୱଚ୍ଛ ଓ ସଠିକ୍ ଭୋଟର ତାଲିକା ପାଇଁ ‘SIR’ ଆବଶ୍ୟକ…..