ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟକୁ ୫ ଦିନ ଯାଏ ଶଟଡାଉନ୍ କରାଯାଇଛି। ଜାନୁଆରୀ ୧୩ ଅର୍ଥାତ ଆଜିଠାରୁ ରୁ ୧୭ ତାରିଖ ଯାଏ ହାଇକୋର୍ଟ ସଟଡାଉନ୍ ରହିବ। ତେବେ ଜାନୁଆରୀ ୧୮ ତାରିଖରୁ ହାଇକୋର୍ଟ ପୁଣିଥରେ କାର୍ଯ୍ୟକାରୀ ହେବ। ଏ ସମ୍ପର୍କରେ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁହାଯାଇଛି, ଜାନୁଆରୀ ୧୮ରୁ ଫେବୃଆରୀ ୪ ତାରିଖ ଯାଏ ହାଇକୋର୍ଟ ଦୁଇ ଡିଭିଜନ୍ ବେଞ୍ଚ ଓ ସାତୋଟି ସିଙ୍ଗଲ ବେଞ୍ଚ କେବଳ ଜରୁରୀ ମାମଲାର ଶୁଣାଣି କରିବେ। ଜାନୁଆରୀ ୧୮ରୁ ଫେବୃଆରୀ ୪ ମଧ୍ୟରେ ସ୍ଥଗିତ ରହିଥିବା ମାମଲା ଗୁଡ଼ିକର ଶୁଣାଣି ଫେବୃଆରୀ ୭ ତାରିଖରୁ ତାଲିକାଭୁକ୍ତ ହେବ। ଏହି ସମୟସୀମା ମଧ୍ୟରେ ରୁଟିନ୍ କାର୍ଯ୍ୟଗୁଡ଼ିକ ମଧ୍ୟ ବନ୍ଦ ରହିପାରେ। ଏହାସହ ଆସନ୍ତାକାଲି ବସିବାକୁ ଥିବା ପୂର୍ଣ୍ଣ କୋର୍ଟ ୧୮ ତାରିଖ ଦିନ ୨ଟା ବେଳେ ଭର୍ଚୁଆଲ୍ ମୋଡରେ ବସିବ। କରୋନା ସଂକ୍ରମଣ ବଢ଼ୁଥିବାରୁ ଜାରି ସମସ୍ତ ଗାଇଡଲାଇନକୁ ପାଳନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦିଆଯାଇଛି।






More Stories
ବିଜେପିର ଶପଥ ଗ୍ରହଣ ଉତ୍ସବ:ଦୁର୍ଗା ମୂର୍ତ୍ତିରୁ ମଞ୍ଚ ଉପରେ ଝାଲମୁଢି ପର୍ଯ୍ୟନ୍ତ….
୬ ସିଭିଲ ଜଜ୍ଙ୍କ ବଦଳି…..
ପଶ୍ଚିମବଙ୍ଗ ଗଲେ ମୁଖ୍ୟମନ୍ତ୍ରୀ…..