ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇରାକର ରାଜଧାନୀ ବାଗଦାଦରେ ଥିବା ଆମେରିକା ଦୂତାବାସକୁ ଟାର୍ଗେଟ କରି ରକେଟ ମାଡ ହୋଇଛି | ଇରାନୀ ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ- ଆମେରିକା ଦୂତାବାସ ଉପରେ ହୋଇଥିବା ରକେଟ ମାଡରେ ଜଣେ ମହିଳା ଓ ଜଣେ ଶିଶୁ ଆହତ ହୋଇଛନ୍ତି । ତେବେ ଏହା ଏକ ଦୁର୍ଲଭ ଘଟଣା ବୋଲି କୁହାଯାଉଛି । କାରଣ ଏଥିରେ ଇରାକି ନାଗରିକ ଆହତ ହୋଇଛନ୍ତି । ରକେଟ ମାଡ ସମ୍ପର୍କରେ କୌଣସି ବିସ୍ତାର ସୂଚନା ମିଳି ନ ଥିବା ବେଳେ କେବଳ ଏତିକି କୁହାଯାଇଛି କି ଏକ ସ୍କୁଲ ଉପରେ ରକେଟ ମାଡ ହୋଇଛି । ଏହି ଆକ୍ରମଣ ଗୁରୁବାର ରାତିରେ ହୋଇଛି । ଇରାକି ସେନା ଅଧିକାରି ନ୍ୟୁଜ ଏଜେନ୍ସି ରୟଟରକୁ ସୂଚନା ଦେଇ କହିଛନ୍ତି ଆମେରିକା ଦୂତାବାସ ଉପରେ ରାତିରେ ୨-୩ କତ୍ୟୁଷା ରକେଟ ମାଡ କରାଯାଇଛି । ହେଲେ ଦୂତାବାସର ରକେଟ ପ୍ରତିରକ୍ଷା ପ୍ରଣାଳୀ ୨ଟିକୁ ନଷ୍ଟ କରିଦେଇଛି ।






More Stories
ସାକ୍ଷରତା ହାରରେ ୨୮ତମ ସ୍ଥାନରେ ଓଡ଼ିଶା……
ମନ୍ତ୍ରୀଙ୍କୁ ବିଭାଗ ବାଣ୍ଟିଲେ ଶୁଭେନ୍ଦୁ…..
ଟିଏମସି ନେତାଙ୍କୁ ଗିରଫ କଲା ଇଡି…..