ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଇରାକର ରାଜଧାନୀ ବାଗଦାଦରେ ଥିବା ଆମେରିକା ଦୂତାବାସକୁ ଟାର୍ଗେଟ କରି ରକେଟ ମାଡ ହୋଇଛି | ଇରାନୀ ସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ- ଆମେରିକା ଦୂତାବାସ ଉପରେ ହୋଇଥିବା ରକେଟ ମାଡରେ ଜଣେ ମହିଳା ଓ ଜଣେ ଶିଶୁ ଆହତ ହୋଇଛନ୍ତି । ତେବେ ଏହା ଏକ ଦୁର୍ଲଭ ଘଟଣା ବୋଲି କୁହାଯାଉଛି । କାରଣ ଏଥିରେ ଇରାକି ନାଗରିକ ଆହତ ହୋଇଛନ୍ତି । ରକେଟ ମାଡ ସମ୍ପର୍କରେ କୌଣସି ବିସ୍ତାର ସୂଚନା ମିଳି ନ ଥିବା ବେଳେ କେବଳ ଏତିକି କୁହାଯାଇଛି କି ଏକ ସ୍କୁଲ ଉପରେ ରକେଟ ମାଡ ହୋଇଛି । ଏହି ଆକ୍ରମଣ ଗୁରୁବାର ରାତିରେ ହୋଇଛି । ଇରାକି ସେନା ଅଧିକାରି ନ୍ୟୁଜ ଏଜେନ୍ସି ରୟଟରକୁ ସୂଚନା ଦେଇ କହିଛନ୍ତି ଆମେରିକା ଦୂତାବାସ ଉପରେ ରାତିରେ ୨-୩ କତ୍ୟୁଷା ରକେଟ ମାଡ କରାଯାଇଛି । ହେଲେ ଦୂତାବାସର ରକେଟ ପ୍ରତିରକ୍ଷା ପ୍ରଣାଳୀ ୨ଟିକୁ ନଷ୍ଟ କରିଦେଇଛି ।
More Stories
ଆଜି ପୃଥିବୀକୁ ଫେରିବେ ଶୁଭାଂଶୁ…..
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….