ରିପୋର୍ଟ କାର୍ଡ / ଢେଙ୍କାନାଳ
ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଲୁଟିନେଲେ ଲକ୍ଷାଧିକ ଟଙ୍କା । ଏପରି ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧୀନରେ । ଏହି ଥାନା ଅଧୀନ ୧୪୯ ନଂ ଜାତୀୟ ରାଜପଥର ପରମହଂସ ଛକ ନିକଟରେ ଥିବା ମାଆ ଫୁଏଲସ ର ମ୍ୟାନେଜର ସଞ୍ଜୟ କୁମାର ସାହୁ ଏପରି ଲୁଟ୍ର ଶିକାର ହୋଇଥିବା ଜଣାଯାଇଛି। ଦୁଇ ଜଣ ମୁଖା ପିନ୍ଧା ଯୁବକ ମାରଣାସ୍ତ୍ର ଦେଖାଇ ସଞ୍ଜୟଙ୍କଠାରୁ ୨ ଲକ୍ଷ ୭୫ ହଜାର ଲୁଟି ନେଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ , ସଞ୍ଜୟ ଏକ ଏୟାର ବ୍ୟାଗରେ ୨ ଲକ୍ଷ ୭୫ ହଜାର ଟଙ୍କା ନେଇ ପେଟ୍ରୋଲ ପମ୍ପରୁ ତାଳଚେର ଅଭିମୁଖେ ଯାଉଥିଲେ । ମାତ୍ର ପେଟ୍ରୋଲ ପମ୍ପଠାରୁ ମାତ୍ର ୫ ଶହ ମିଟର ଦୂରତା ଅତିକ୍ରମ କରିବା ପରେ ଦୁଇ ଦୁର୍ବୁତ୍ତ ତାଙ୍କୁ ଫଲୋ କରିଥିଲେ। ଏପରିକି ସେମାନେ ବନ୍ଧୁକ ଓ ଭୁଜାଲି ଦେଖାଇ ତାଙ୍କ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କଲେ। ଏହି ସମୟରେ ଭାରସାମ୍ୟ ହରାଇ ସଞ୍ଜୟ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକ ପାଖରେ ଖସି ପଡ଼ିଥିଲେ। ଯାହାର ସୁଯୋଗ ନେଇ କଳା ପଲସରରେ ଆସି ଆତଙ୍କ ସୃଷ୍ଟି କରିଥିବା ଦୁଇ ଜଣ ଯୁବକ ଟଙ୍କା ବ୍ୟାଗକୁ ଧରି ଚମ୍ପଟ ମାରିଥିଲେ । ସୂଚନା ଅନୁଯାୟୀ, ସଞ୍ଜୟ ଏକ ଏୟାର ବ୍ୟାଗରେ ୨ ଲକ୍ଷ ୭୫ ହଜାର ଟଙ୍କା ନେଇ ପେଟ୍ରୋଲ ପମ୍ପରୁ ତାଳଚେର ଅଭିମୁଖେ ଯାଉଥିଲେ । ମାତ୍ର ପେଟ୍ରୋଲ ପମ୍ପଠାରୁ ମାତ୍ର ୫ ଶହ ମିଟର ଦୂରତା ଅତିକ୍ରମ କରିବା ପରେ ଦୁଇ ଦୁର୍ବୁତ୍ତ ତାଙ୍କୁ ଫଲୋ କରିଥିଲେ। ଏପରିକି ସେମାନେ ବନ୍ଧୁକ ଓ ଭୁଜାଲି ଦେଖାଇ ତାଙ୍କ ଉପରକୁ ଆକ୍ରମଣ କରିବାକୁ ଚେଷ୍ଟା କଲେ। ଏହି ସମୟରେ ଭାରସାମ୍ୟ ହରାଇ ସଞ୍ଜୟ ରାସ୍ତା କଡରେ ଛିଡା ହୋଇଥିବା ଏକ ଟ୍ରକ ପାଖରେ ଖସି ପଡ଼ିଥିଲେ। ଯାହାର ସୁଯୋଗ ନେଇ କଳା ପଲସରରେ ଆସି ଆତଙ୍କ ସୃଷ୍ଟି କରିଥିବା ଦୁଇ ଜଣ ଯୁବକ ଟଙ୍କା ବ୍ୟାଗକୁ ଧରି ଚମ୍ପଟ ମାରିଥିଲେ ।
More Stories
ହସ୍ପିଟାଲ ଛାତରୁ ଡେଇଁ ପଡ଼ିଲେ ରୋଗୀ…..
କଲେଜରେ ନିଜକୁ ଜାଳିଦେଲେ ଛାତ୍ରୀ……
ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଙ୍କୁ ସମ୍ମାନ ଜନକ ପ୍ରକୃତି ବନ୍ଧୁ ପୁରସ୍କାର ……