ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଷ: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଆଧ୍ୟାତ୍ମିକ ଜିଜ୍ଞାସା ପରିପୂର୍ଣ୍ଣ କରିପାରନ୍ତି। ସରକାରୀ ସ୍ତରରୁ ଲାଭବାନ୍ ହେବେ।
ବୃଷ: ଧର୍ମ ଧ୍ବଜାଧାରୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ଅଖଣ୍ଡ କୀର୍ତ୍ତି ସ୍ଥାପନ କରିପାରନ୍ତି। ମତିମାନ୍ ହେବେ। କୃଷି କର୍ମ ଲାଭଦାୟକ ହେବ। ସତ୍କର୍ମରେ ନିଜକୁ ନିୟୋଜିତ କରିବେ।
ମିଥୁନ: ଆୟ ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍ ହେବେ। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।
କର୍କଟ: ବିବାଦୀୟ ବିତର୍କରୁ ଓହରିଯାଇ ପାରନ୍ତି। କାର୍ଯ୍ୟରେ ବିଘ୍ନ ଘଟାଇବାକୁ କେହି ଉଦ୍ୟମ କରିପାରନ୍ତି। କର୍ମଚଞ୍ଚଳ ରହିବେ। ବାକ୍ୟପଟୁ ହେବେ। ପରକୁ ଆପଣାର କରିବାର କଳା ଆପଣଙ୍କର ଅଛି।
ସିଂହ: ଶୁଭଖବର ଶୁଣି ଖୁସି ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍କର୍ମରେ ନିୟୋଜିତ ହୋଇ ଆତ୍ମସନ୍ତୋଷ ଲାଭ କରିବେ। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସୂତ୍ରରୁ ଅର୍ଥ ମିଳିବ।
କନ୍ୟା: କର୍ମକ୍ଷେତ୍ରରୁ ସଫଳତା ପାଇବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। ପରୋପକାରୀ ଭାବେ ପ୍ରଶଂସିତ ହେବେ।
ତୁଳା: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଅଧିକ କ୍ଷମତା ହାସଲ କରି ତା’ର ସଦ୍ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ଅନୁଷ୍ଠାନକୁ ଗୌରବାନ୍ବିତ କରିବେ।
ବିଛା: କାର୍ଯ୍ୟରେ ଆଶାନୁରୂପ ସଫଳତା ମିଳିବା କଷ୍ଟସାଧ୍ୟ ହେବ। ଥଣ୍ଡାଜନିତ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ସର୍ବକଳା ସୁଦକ୍ଷ ହୋଇପାରନ୍ତି। କାୟାଶୁଦ୍ଧି ଉପରେ ଗୁରୁତ୍ବ ଦେବେ।
ଧନୁ: ଦିନ ଭିତରେ ଯାହା ଘଟଣା ଘଟିବ, ତାହା ସୁଖକର ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ସମ୍ପାଦିତ ହେବ। ପ୍ରୀତିଭୋଜନ ପାଇ ଆନନ୍ଦ ଉପଭୋଗ କରିପାରନ୍ତି।
ମକର: ବନ୍ଧୁ ସହାୟତା ପାଇ ଅସାଧ୍ୟ ସାଧନ କରିପାରନ୍ତି। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ସାରାଦିନ କାର୍ଯ୍ୟବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ସମ୍ପାଦିତ କରିପାରନ୍ତି। ଋଣ ପରିଶୋଧ କରିବେ।
କୁମ୍ଭ: ଅନବଦ୍ୟ ରଚନା ଜନସାଧାରଣଙ୍କ ପାଇଁ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପୁରାତନ, ଆଧୁନିକ ଓ ରୀତିଯୁଗର ଶବ୍ଦ ସମୁଦ୍ର ସୃଷ୍ଟି କରିବାରେ ସଫଳ ହେବେ।
ମୀନ: ପରିଶ୍ରମ ଯେତେ କଠିନ ହେଲେ ବି ତା’ର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। କୃଷି କାର୍ଯ୍ୟରୁ ଲାଭ ମିଳିବ। ଯାନବାହନ ସୁଖ ମିଳିପାରେ। ଗୃହ ପରିବେଶ ଉତ୍ତମ ମାନର ହେବ।
More Stories
ବିଜୟୀ ହେବେ….
ଯାନବାହନ ସୁଖ ମିଳିବ…..
ସାବଧାନତା ଅବଲମ୍ବନ କରନ୍ତୁ….