ରିପୋର୍ଟ କାର୍ଡ / କେନ୍ଦ୍ରାପଡା
କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ମା’ ତାରିଣୀ କଲେଜ ପ୍ରିନ୍ସିପାଲ ବିକାଶ ଦାଶ ଓ ସାଲେପୁର ଏସ୍ଡିପିଓ ପ୍ରଶାନ୍ତ ମାଝୀଙ୍କ ବିରୋଧରେ ଆସିଛି ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ। ଆଚରଣ ବିଧି ଉଲ୍ଲଂଘନ ହୋଇଥିବାରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ କରିଛନ୍ତି । ଅଧ୍ୟକ୍ଷ ବିକାଶ ଚନ୍ଦ୍ର ଦାଶଙ୍କୁ ନିଲମ୍ବନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖାଯାଇଛି। ଆଜି ସନ୍ଧ୍ୟ ସୁଦ୍ଧା ନିର୍ବାଚନ କମିସନଙ୍କୁ ଜଣାଇବାକୁ ନିର୍ଦ୍ଦେଶ ହୋଇଛି । ସାଲେପୁର ଏସଡିପିଓ ପ୍ରଶାନ୍ତ ମାଝୀଙ୍କୁ ନିଲମ୍ବନ କରିବାକୁ ପୋଲିସ ଡିଜିଙ୍କୁ ଚିଠି ଲେଖାଯାଇଛି। ତୁରନ୍ତ ତାଙ୍କୁ ମୁଖ୍ୟାଳୟରେ ଅବସ୍ଥାପିତ କରିବାକୁ କୁହାଯାଇଛି। ଉଭୟଙ୍କ ନାଁରେ ଆଇପିସି ଧାରା ୧୮୮ ଆଧାରରେ ଏତଲା ରୁଜୁ ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି।






More Stories
ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ…..
ଭରତପୁରରେ ବୁଲିଲା ବୁଲଡୋଜର…..
ଫିଟିଲା ଯାଜପୁର ଗୁଳି କାଣ୍ଡର ଗୁମର: ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର…..