ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ ସାରା ବିଶ୍ୱରେ କାୟାବିସ୍ତାର କରିଛି । ହୁ ହୁ ହୋଇ କରୋନା ସଂକ୍ରମଣବୃଦ୍ଧି ପାଉଛି । ଖାସ୍ କରି ୟୁକେ, ଆମେରିକା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା, ବ୍ରିଟେନ୍ ଆଦି ଦେଶରେ ଘରେ ଘରେ ବାହାରୁଛନ୍ତି ନୂଆ ନୂଆ ଓମିକ୍ରନ ସଂକ୍ରମିତ । ବିଭିନ୍ନ ଦେଶରେ କଟକଣା କୁ କଡାକଡି କରାଯାଉଛି। ତେବେ ଏହା ଭିତରେ ଫ୍ରାନ୍ସ ସରକାର ଓମିକ୍ରନ ସହିତ ଲଢ଼ିବା ପାଇଁ ନୂଆ ଫର୍ମୂଲା ବାହାର କରିଛନ୍ତି । ଫ୍ରାନ୍ସ ସରକାର ଘୋଷଣା କରିଛନ୍ତି ଯେ, ଯେଉଁମାନେ କୋଭିଡ୍-୧୯ ଟିକା ନେଇନାହାନ୍ତି ସେମାନଙ୍କୁ ରେଷ୍ଟୁରାଣ୍ଟ, କାଫେ, ଖେଳ ଷ୍ଟାଡିୟମ୍ ଓ ଅନ୍ୟ ସାର୍ବଜନୀର ସ୍ଥାନରେ ପ୍ରବେଶ ନିଷେଧ ।
ଓମିକ୍ରନ ତଥା କୋଭିଡ୍ ମାମଲାକୁ ରୋକିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ସେଠାକାର ସରକାର । ଦୈନିକ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଥିବାରୁ ହସ୍ପିଟାଲ ଗୁଡ଼ିକରେ ମଧ୍ୟ ବେଡ୍ ସଂଖ୍ୟା ବଢିଛି । ଏଭଳି ପରିସ୍ଥିତିରେ ଟିକା ନେବା ନିହାତି ଆବଶ୍ୟକ ଯାହାଫଳରେ ଇମ୍ୟୁନିଟି ବଢ଼ିବ ଏବଂ ଭାରିଆଣ୍ଟ ସହିତ ଲଢ଼ିବା ପାଇଁ ଆଣ୍ଟିବଡି ସୃଷ୍ଟି ହେବ । ତେଣୁ ଲୋକମାନେ ଯେପରି ଅଧିକରୁ ଅଧିକ ଟିକା ନେବେ ତା ଉପରେ ଗୁରୁତ୍ୱ ଦିଆଯାଉଛି । ସେଥିପାଇଁ ସମସ୍ତଙ୍କୁ ଟିକା ନେବାକୁ ବାଧ୍ୟ କରାଯାଇଛି ।
More Stories
ଆଜିଠୁ ପୁରୁଣା ଗାଡ଼ି କୁ ପେଟ୍ରୋଲ-ଡିଜେଲ ମନା…..
ବନ୍ୟାରେ ଭାସିଯାଇ ୧୨ ନିଖୋଜ……
ରାସାୟନିକ କାରଖାନାରେ ବିସ୍ଫୋରଣ ଘଟଣା:ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି……