ରିପୋର୍ଟ କାର୍ଡ / କଟକ
ଢିଙ୍କିଆରେ ଜମି ଅଧିଗ୍ରହଣ ପାଇଁ ପୋଲିସର ଲାଠି ମାଡ଼ କୁ ନେଇ ହାଇକୋର୍ଟରେ ୨ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । କ୍ଷୀରୋଦ ରାଉତଙ୍କ ସହ ୩ ଓକିଲ ଓ ସ୍ଥାନୀୟ ଜଣେ ମହିଳା ମାମଲା ରୁଜୁ କରିଛନ୍ତି । ଅଞ୍ଚଳବାସୀଙ୍କ ମାନବାଧିକାର ସୁରକ୍ଷା ଓ ଆହତମାନଙ୍କୁ ମାଗଣା ଚିକିତ୍ସା ଦାବି ହୋଇଛି । ଏହା ସହିତ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ, ଜୋର ଜବରଦସ୍ତ ଉଚ୍ଛେଦ ବନ୍ଦ ଦାବି ହୋଇଛି । ପୋଲିସ ବ୍ୟାରିକେଡ ହଟାଇବା ଓ ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ ଦାବି ହୋଇଛି । ୨ଟି ମାମଲା ଦାୟର ହୋଇଥିବା ବେଳେ ୨୧ରେ ଗୋଟିଏ ମାମଲାର ଶୁଣାଣି ଧାର୍ଯ୍ୟ ହୋଇଛି । ତେବେ ଢିଙ୍କିଆ ଜନସାଧାରଣଙ୍କୁ ପୋଲିସ ମାଡ଼ ମାରିବା ଘଟଣାର ଅନୁସନ୍ଧାନ ପାଇଁ ଗତ ୧୫ତାରିଖରେ ମାନବାଧିକାର କର୍ମୀ ଦଳ ଢିଙ୍କିଆ ଯାଇଥିଲେ। ତ୍ରିଲୋଚନପୁରରେ ସେମାନଙ୍କୁ ଅଟକାଯାଇଥିଲା। ଗୁଣ୍ଡାମାନେ ସେମାନଙ୍କୁ ଠେଲାପେଲା କରିବା ସହ ଅସତ୍ ବ୍ୟବହାର କରିଥିଲେ। ପାଖାପାଖି ଘଣ୍ଟାଏ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବା ପରେ ପିଏଚ୍ଡି ସ୍କଲାର୍ ସୁଜାତା ସାହାଣୀଙ୍କ ମୋବାଇଲ ମଧ୍ୟ ଛଡ଼ାଇବାକୁ ଚେଷ୍ଟା କରିଥିଲେ। ଏ ସମ୍ପର୍କରେ ସେମାନେ ଅଭୟଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଢିଙ୍କିଆରେ ପୁଲିସ ଲାଠିମାଡ଼ରେ ୩୦୦ରୁ ଅଧିକ ମହିଳା, ପୁରୁଷ ଏବଂ ଶିଶୁମାନେ ଆହତ ହୋଇଛନ୍ତି।
More Stories
ପୁଣି ଥରେ ବିବାଦରେ ସାରଥି ବାବା,ଥାନାରେ ଏତଲା……
ଗଳା କାଟି ବ୍ୟବସାୟୀଙ୍କୁ ହତ୍ୟା…..
କଳିଙ୍ଗା ଘାଟିରେ ବସ ଦୁର୍ଘଟଣା, ୧୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ…..