ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବୁଲ୍ଲି ବାଈ ଆପ୍ ମାମଲାରେ ଓଡ଼ିଶାରୁ ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ଏନେଇ ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ସୂଚନା ମିଳିଛି। ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ୍ ୫ ଜଣଙ୍କୁ ପୋଲିସ ଗିରଫ କରିସାରିଲାଣି। ସୋସିଆଲ ମିଡିଆର ବହୁଳ ବ୍ୟବହାର ପରେ ଏହାକୁ ମନ୍ଦ ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି କିଛି ଅସାଧୁ ବ୍ୟକ୍ତି। ଏହି କ୍ରମରେ ଚର୍ଚ୍ଚାକୁ ଆସିଛି ବୁଲି ବାଇ ଆପ୍। ଅଭିଯୋଗ ଅନୁସାରେ ଏହି ଆପ୍ଲିକେସନ ଜରିଆରେ ମୁସଲମାନ ମହିଳାଙ୍କୁ ଟାର୍ଗେଟ କରାଯାଉଛି। ଏହି ଆପ୍ ଜରିଆରେ କିଛି ବିଶିଷ୍ଟ ମୁସ୍ଲିମ୍ ମହିଳାଙ୍କ ଫଟୋ ଅପ୍ଲୋଡ୍ କରି ସେମାନଙ୍କ ନିଲାମ ଡକାଯାଉଥିଲା। କେବଳ ସେତିକି ନୁହେଁ ସେମାନଙ୍କ ଫଠୋରେ ଅଶ୍ଳୀଳ କମେଣ୍ଟ ମଧ୍ୟ କରାଯାଉଥିଲା। ଏବେ ଗିରଫ ଏହି ସମସ୍ତ ଅଭିଯୁକ୍ତ ପୁଲିସ ହେପାଜତରେ ଅଛନ୍ତି। ବିଶେଷ କରି ସମାଜରେ ପ୍ରତିଷ୍ଠା ଅର୍ଜନ କରିଥିବା ମୁସଲମାନ ମହିଳାଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ଏହି ଆପ୍ଲିକେସନକୁ ବ୍ୟବହାର କରାଯାଉଛି।ଜଣେ ସାମ୍ବାଦିକା ଏନେଇ ପ୍ରଥମେ ଅଭିଯୋଗ କରିବା ପରେ ଗୋଟିଏ ପରେ ଗୋଟିଏ ଅଭିଯୋଗ ସାମ୍ନାକୁ ଆସିଥିଲା। ସାମାଜିକ କର୍ମୀ, ସେଲିବ୍ରିଟି ଓ ଛାତ୍ରୀମାନେ ସମାନ ଅଭିଯୋଗ କରିବା ପରେ ଆରମ୍ଭ ହୋଇଥିଲା ତନାଘନା । ଦିଲ୍ଲୀ ଓ ମୁମ୍ବାଇ ସାଇବର ପୋଲିସ ଏହି ମାମଲା ମୂଳରେ ପହଂଚିବା ସହ ଏକାଧିକ ବ୍ୟକ୍ତିଙ୍କୁ ଗିରଫ କରିଛି । ତେବେ ପ୍ରଥମଥର ପାଇଁ ଏହି ମାମଲାରେ ଓଡ଼ିଶାରେ ଜଣଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ ।






More Stories
ନିଲମ୍ବିତ ହେଲେ ପୂର୍ବତନ ବିଧାୟକଙ୍କ ସ୍ବାମୀ…..
ବିକଶିତ ଭାରତ ପାଇଁ Gen-Zଙ୍କ ସହଯୋଗ ଏବଂ ସମର୍ଥନ ଆବଶ୍ୟକ…..
୯ ଯୁବ IASଙ୍କୁ ମିଳିଲା ନୂଆ ଦାୟିତ୍ୱ…..