ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଇଣ୍ଡିଆ ଗେଟ୍ ରୁ ଅମର ଯବାନ ଜ୍ୟୋତି ସ୍ଥାନାନ୍ତରଣ କରାଯାଇଛି | ଜାତୀୟ ଯୁଦ୍ଧ ସ୍ମାରକୀ କୁ ସ୍ଥାନାନ୍ତରଣ କରାଯାଇଥିବା ସୂଚନା ମିଳିଛି। ଜାତୀୟ ଯୁଦ୍ଧ ସ୍ମାରକୀରେ ଅମର ଯବାନଙ୍କ ଜ୍ୟୋତିର ବିଲୟ। ଆଜିଠୁ ଇଣ୍ଡିଆ ଜାତୀୟ ଯୁଦ୍ଧ ସ୍ମାରକୀରେ ଜଳିବ ଅମର ଯବାନ ଜ୍ୟୋତି। ଭାରତ-ପାକିସ୍ତାନ ଯୁଦ୍ଧକୁ ୫୦ ବର୍ଷ ପୂରଣ ହୋଇଛି । ୫୦ ବର୍ଷ ପୂର୍ତ୍ତି ଅବସରରେ ଏପରି ଏକ ନିଷ୍ପତ୍ତି ନିଆଯାଇଛି । ସୂଚନା ମୁତାବକ, ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ହୋଇଥିଲା । ସେହି ଯୁଦ୍ଧରେ ବୀର ଯୋଦ୍ଧାମାନେ ବଳିଦାନ ଦେଇଥିଲେ । ଯବାନଙ୍କ ସ୍ମୃତିରେ ଏହାକୁ ଇଣ୍ଡିଆ ଗେଟରେ ନିର୍ମାଣ କରାଯାଇଥିଲା । ତେବେ ରାଜଧାନୀ ଦିଲ୍ଲୀରେ ଅମର ଯବାନ ଜ୍ୟୋତି ଇଣ୍ଡିଆ ଗେଟର ଏକ ପରିଚୟ ହୋଇରହିଥିଲା । ଯାହା ଏବେ ଜାତୀୟ ଯୁଦ୍ଧ ସ୍ମାରକୀରେ ଜଳିବ ।






More Stories
ଭରଣପୋଷଣ ଦୟା ନୁହେଁ,ସ୍ତ୍ରୀଙ୍କ ଅଧିକାର…..
କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ……
ଫ୍ଲାଟ ମୂଲ୍ୟରୁ ହଟିଲା ପାର୍କିଂ ଚାର୍ଜ…..