ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀରେ ନିର୍ମାଣ କରାଯାଉଥିବା ନୂଆ ସଂସଦ ଭବନ ବା ପାର୍ଲାମେଣ୍ଟର ନିର୍ମାଣ ମୂଲ୍ୟ ବୃଦ୍ଧି ପାଇଛି । ପୂର୍ବରୁ ଏହାର ନିର୍ମାଣ ପାଇଁ ୯୭୭ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ବେଳେ ଏହା ଏବେ ୨୯ ପ୍ରତିଶତ ବୃଦ୍ଧି ପାଇ ୧୨୫୦ କୋଟି ଟଙ୍କାରେ ପହଞ୍ଚିଛି । ମୂଳ ଅଟକଳଠାରୁ ଏହା ପ୍ରାୟ ୨୮୨ କୋଟି ଟଙ୍କା ବୃଦ୍ଧି ପାଇଛି । ଟାଟା ପ୍ରୋଜେକ୍ଟ ଏହାର ନିର୍ମାଣ କାର୍ଯ୍ୟ କରୁଛି । ନୂଆ ସଂସଦ ଭବନର ପ୍ରାୟ ୪୦ ପ୍ରତିଶତ ନିର୍ମାଣ ଶେଷ ହୋଇ ସାରିଲାଣି । ୨୦୨୦ ମସିହା ଡିସେମ୍ବର ମାସରେ ଏଥିପାଇଁ ଶୁଭ ଦିଆଯିବା ସହ ଭୂମି ପୂଜନ କରାଯାଇଥିଲା । ନୂଆ ସଂସଦ ଭବନ ଚାରି ତଳ ପ୍ରାସାଦ । ରାଷ୍ଟ୍ରପତି ଭବନ ଏବଂ ପୁରୁଣା ସଂସଦ ଭାବନ ମଧ୍ୟରେ ଏହାକୁ ନିର୍ମାଣ କରାଯାଉଛି । ୧୩ ଏକର ଜମିରେ ଏହାକୁ ନିର୍ମାଣ କରାଯାଉଛି । ପୁରୁଣା ସଂସଦ ଭବନକୁ ଇଂରେଜମାନେ ତିଆରି କରିଥିଲା । ମଧ୍ୟପ୍ରଦେଶରେ ଥିବା ଚୌଷଠୀ ଯୋଗିନୀ ମନ୍ଦିର ଆକାରରେ ଏହାକୁ ନିର୍ମାଣ କରାଯାଇଥିଲା । ଏବା ଏହା ପୁରୁଣା ହୋଇଯିବାରୁ ବର୍ଷା ପାଣି ଛାତରୁ ଗଳିବା ସହ ବିଭିନ୍ନ ସମସ୍ୟା ଦେଖା ଦେଲାଣି । ଏଥିରେ ବିଭିନ୍ନ ଅତ୍ୟାଧୁନିକ ସତର୍କତା ବ୍ୟବସ୍ଥା ନାହିଁ ।
Discussion about this post