ରିପୋର୍ଟ କାର୍ଡ / ଭୁବନେଶ୍ୱର
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ଗାଁ ରାଜନୀତି ସେତେ ଉଷ୍ଣ ହେଉଛି । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା । ରାଜ୍ୟ ନିର୍ବାଚନ କମିଶନ ଏହି ତାଲିକା ପ୍ରକାଶ କରିଛନ୍ତି । ତେବେ ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ୩୬ ହଜାର ୫୨୩ ୱାର୍ଡ ମେମ୍ବର। ୧୨୬ ସରପଞ୍ଚ , ୩୨୬ ସମିତି ସଭ୍ଯ ଏବଂ ଜଣେ ଜିଲ୍ଲା ପରିଷଦ ସଭ୍ୟ ନିର୍ଦ୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ବରଗଡର ଅମ୍ବାଭୋନା ବ୍ଲକର ଜୋନ ନମ୍ବର-୨ ର ଜିଲ୍ଲା ପରିଷଦ ପ୍ରାର୍ଥୀ କଳ୍ପନା ପ୍ରଧାନ ନିଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ଏନେଇ ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ବର୍ତ୍ତମାନ ୬ହଜାର ୬ଶହ ୬୭ ସରପଞ୍ଚ ପ୍ରାର୍ଥୀ, ୬ହଜାର ୪ ଶହ ୬୭ ସମିତି ସଭ୍ୟ ଏବଂ ୮୫୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ମଇଦାନରେ ଭାଗ୍ୟ ପରୀକ୍ଷା କରିବେ । ସେହିଭଳି ୫୫ହଜାର ୩ ଶହ ୬୭ ୱାର୍ଡମେମ୍ବର ପ୍ରାର୍ଥୀ ନିର୍ବାଚନ ଲଢିବେ
More Stories
ଭାରତ-ଇଂଲଣ୍ଡ ମ୍ୟାଚ୍:ଆଜି କାଉଣ୍ଟରରେ ଟିକଟ ବିକ୍ରି ଆରମ୍ଭ…..
ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ,୨୪ ଆହତ….
ଭିଜିଲାନ୍ସ ଜାଲରେ ଏଏସଆଇ……