ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜିଠୁ ଅନଲାଇନରେ ପାଠ ପଢ଼ିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା । ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିଦିଆଯାଇଛି । ତେଣୁ ପିଲାମାନଙ୍କ ପାଠପଢ଼ା ଅନଲାଇନରେ କରାଯିବ । ଆଜିଠୁ ୟୁଟ୍ୟୁବ୍ ମାଧ୍ୟମରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ୍ କ୍ଲାସ ଆରମ୍ଭ ହେବ । ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବା ଡିଇଓଙ୍କୁ ଓଏସଇପିଏ ପକ୍ଷରୁ ପଦକ୍ଷେପ ନେବାକୁ କୁହାଯାଇଛି । ନିର୍ଦ୍ଦେଶ ଅନୁଯାୟୀ, ସୋମବାରରୁ ଶୁକ୍ରବାର ଯାଏ ଅନଲାଇନରେ ପିଲାମାନେ ପାଠପଢ଼ିବେ । ଅପ୍ତାହକୁ ୫ ଦିନ ଅନଲାଇନ୍ କ୍ଲାସ୍ ହେବାକୁ ଥିବା ବେଳେ, କ୍ଲସ୍ର ଲାଇଭ୍ ଷ୍ଟ୍ରିମିଂର ଲିଙ୍କ୍ ଗୋଟିଏ ଦିନ ପୂର୍ବରୁ ସନ୍ଧ୍ୟା ୫ ଟା ସମୟ ମଧ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରାଯିବ ।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ବାଇକ୍ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍…..
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……