ରିପୋର୍ଟ କାର୍ଡ / ଭୁବନେଶ୍ୱର
ବାଇକ୍ରେ ଆସି କାର୍ ଲୁଟିବାକୁ ଚେଷ୍ଟା କରୁଥିଲେ | ଗାଡିର ଆଲାର୍ମ ବାଜିବାରୁ ଚମ୍ପଟ ମାରିଲେ ଚୋର। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ଡୁମୁଡୁମା ଅଞ୍ଚଳରେ । ରାଜଧାନୀରେ ମାତିଛନ୍ତି ସ୍ମାର୍ଟ ଲୁଟେରା। କେତେବେଳେ ମେଡିସିନ ଦୋକାନରୁ ଲୁଟୁଛନ୍ତି ତ କେତେବେଳେ ବିବାହ ମଣ୍ଡପରୁ | ସୂଚନା ଅନୁଯାୟୀ, ଗତ ୨୭ ତାରିଖ ବିଳମ୍ବିତ ରାତିରେ ଏକ ବାଇକ୍ରେ ଲୁଟେରା ଆସି ଖଣ୍ଡଗିରି ଡୁମୁଡୁମା ଅଞ୍ଚଳରେ ପହଞ୍ଚିଥିଲେ। ଏହାପରେ ଏକ ଘର ଆଗରେ ଗାଡ଼ି ରଖିଥିଲେ। ରାତି ଅଧରେ ରାସ୍ତା ପରା ଶୁନଶାନ ଥିବା ବେଳେ କାର୍ର କାଚ ଭାଂଗିଥିଲେ ଲୁଟେରା । ତାପରେ କାର୍ ଭିତରେ ହାତ ପୁରାଇ ଗାଡିରେ ଥିବା ବିଭିନ୍ନ ଜିନିଷ ଚୋରି କରି ନେଇଥିଲେ । ଏହାପରେ କାର୍ର ଲକ୍ ଭାଂଗିବାକୁ ଚେଷ୍ଟା କରିବାରୁ ଗାଡିର ଆଲାର୍ମ ବାଜି ଉଠିଥିଲା । ଫଳରେ ଧରା ପଡିବା ଭୟରେ ସେଠାରୁ ଚମ୍ପଟ ମାରିଛି ଲୁଟେରା । ଲୁଟ୍ର ଶିକାର ବ୍ୟକ୍ତି ଜଣକ ଏ ନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..