ରିପୋର୍ଟ କାର୍ଡ / କୋକସରା ( ସନତ ପ୍ରଧାନୀ )
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏମିତି ଏକ ମଇଦାନ ଯେଉଁଠି ଅନେକ ରୋଚକ ଘଟଣା ଦେଖିବାକୁ ମିଳେ | ପରିବାର ସଦସ୍ୟ ଓ ସମ୍ପର୍କୀୟ ଙ୍କ ମଧ୍ୟରେ ଚାଲେ ରାଜନୀତି | ଗୋଟିଏ ଆସନ ପାଇଁ ରକ୍ତ ସଂପର୍କ କୁ ମଧ୍ୟ ପଛରେ ପକାଇ ଚାଲେ ବିରୋଧାଭାଷ | ଏମିତି ଘଟଣା ଦେଖିବାକୁ ମିଳିଛି କୋକସରା ବ୍ଲକ ର କାଉଡୋଳା ପଞ୍ଚାୟତରେ| ଚୂଡାନ୍ତ ପ୍ରାର୍ଥୀ ଘୋଷଣା ପରେ ସରପଞ୍ଚ ରେଶ ରେ ୬ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି।

ସେମାନଙ୍କ ମଧ୍ୟରୁ ରହିଛନ୍ତି ମାମୁଁ ଗଣେଶ ସତନାମି ଓ ତାଙ୍କ ନିଜ ଭଣଞ୍ଜା ସୁଶିଳ ସତନାମି ଦୁହେଁ କାଉଡୋଳା ଗ୍ରାମର ହୋଇଥିବା ବେଳେ ସରପଞ୍ଚ ପାଇଁ ମାମୁଁ ଓ ଭଣଞ୍ଜା ମୁହାଁମୁହିଁ ହୋଇଛନ୍ତି | ଯାହାକୁ ନେଇ ସ୍ଥାନେ ସ୍ଥାନେ ଚର୍ଚ୍ଚା ହେଉଛି। କାଉଡୋଳା ପଞ୍ଚାୟତରେ ରହିଛି କାଉଡୋଳା, ବଡ଼ କେନ୍ଦୁଗୁଡା, ବାଞ୍ଜି ବାହାଲ, କୁସୁମଖୁଣ୍ଟି, ମହାଜନଗୁଡା ଗ୍ରାମ | ପଞ୍ଚାୟତରେ ମୋଟ ଭୋଟର ୪୬୮୩ ରହିଥିବା ବେଳେ ପୁରୁଷ ଭୋଟର ୨୩୪୪ ଓ ମହିଳା ଭୋଟର ୨୩୩୯ ରହିଛନ୍ତି।






More Stories
ମା’କୁ ଜାଳିଦେଲେ ପୁଅ…..
KIIT ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର,ଦୋଷୀକୁ କ୍ଷମା ନାହିଁ……
ଭୁବନେଶ୍ଵରରେ ବୋମାମାଡ଼….