ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଫ୍ରିକୀୟ ଦେଶ ନାଇଜେରିଆର ଏକ ତୈଳବାହୀ ଜାହଜରେ ଆଜି ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ଯୋଗୁଁ ଜାହାଜରୁ ତୈଳ ନିର୍ଗତ ହୋଇ ସମୁଦ୍ରରେ ମିଶିବାରେ ଲାଗିଛି । ଏହା ଫଳରେ ଏକ ବଡ଼ ଧରଣର ପରିବେଶୀୟ ସଂକଟ ସୃଷ୍ଟି ହେବାର ସମ୍ଭାବନା ରହିଛି । ମିଳିଥିବା ସୂଚନା ଅନୁସାରେ ଦକ୍ଷିଣ ନାଇଜେରିଆର ରାଜ୍ୟ ଡେଲଟା ନିକଟ ସମୁଦ୍ରରେ ଯାଉଥିବା ଏକ ତୌଳବାହୀ ଜାହାଜରେ ନିଆଁ ଲାଗିବା ପରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା । ଜାହାଜରେ ପ୍ରାୟ ୨ ନିୟୁତ ବ୍ୟାରେଲ ଅଶୋଧିତ ତେଲ ଥିଲା । ବିସ୍ଫୋରଣ ପରେ ଜାହାଜରୁ ତୈଳ ନିର୍ଗତ ହୋଇ ସମୁଦ୍ରରେ ମିଶିବାରେ ଲାଗିଛି । ଏହା ଫଳରେ ଏକ ବଡ଼ ଧରଣର ପରିବେଶୀୟ ସଂକଟ ସୃଷ୍ଟି ହେବାର ସମ୍ଭାବନା ରହିଛି । ସମୁଦ୍ରର ମାଛ ଓ ଅନ୍ୟ ଜୀବଜନ୍ତୁଙ୍କ ଜୀବନ ଓ ସେମାନଙ୍କ ବାସସ୍ଥାନ ପ୍ରତି ବିପଦ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ବିସ୍ଫୋରଣ ଯୋଗୁଁ ଜାହାଜର କେତେକ କର୍ମଚାରୀ ମୃତାହତ ହୋଇଥିବା ସଂଦେହ କରାଯାଉଛି । ଟ୍ରିନିଟି ସ୍ପିରିଟ ନାମକ ଏହି ଜାହାଜଟି ସେବା ଏକ୍ସପ୍ଲୋରେସନ ଏଣ୍ଡ ପ୍ରଡକ୍ସନ କମ୍ପାନିର ବୋଲି ଜଣାପଡ଼ିଛି ।






More Stories
ରାଜସ୍ଥାନରେ ହିଂସା:ଇଣ୍ଟରନେଟ୍ ସେବା ବନ୍ଦ……
ଶରିଫ ଉସମାନଙ୍କ ହତ୍ୟା ପଛରେ ୟୁନୁସଙ୍କ ହାତ ଅଭିଯୋଗ……
ବଳାତ୍କାରୀଙ୍କୁ ଜାମିନ,ପୀଡ଼ିତାଙ୍କ ସହ ଅପରାଧୀ ଭଳି ବ୍ୟବହାର…..