ରିପୋର୍ଟ କାର୍ଡ / ବ୍ରହ୍ମଗିରି
ଚିଲିକା ମଝିରେ ଫସିଯାଇଛି ଭସା ପୋଲ। ଏହି ଯାତ୍ରୀବାହୀ ଭସା ପୋଲ ସାତପଡ଼ାରୁ ଜହ୍ନିକୁଦା ଯିବାବେଳେ ଆଜି ସକାଳେ ମହିଁଷା ଗାଁ ନିକଟରେ ମଝି ଚିଲିକାରେ ଫସି ଯାଇଥିବା ସୂଚନା ମିଳିଛି। ଭସାପୋଲରେ ୨ଟି ବସ୍, ଗୋଟିଏ ବୋଲେରୋ, ୧୦ରୁ ଅଧିକ ବାଇକ୍ ଓ ଶତାଧିକ ଯାତ୍ରୀ ଥିବା ଜଣାପଡ଼ିଛି। ଦୀର୍ଘ ସମୟ ହେଲା ଭସାପୋଲଟି ମହିଁଷା ଗାଁ ନିକଟରେ ଅଟକି ରହିଥିବା ଜଣାପଡ଼ିଛି। ଚିଲିକାରେ ଜଳ ହ୍ରାସ ପାଉ ଥିବାବେଳେ ଭସାପୋଲ ଯାତ୍ରା କରୁଥିବା ସ୍ୱତନ୍ତ୍ର ଚ୍ୟାନେଲ୍ ପୋତି ହୋଇଯିବା କାରଣରୁ ଏଭଳି ଗୋଟିଏ ପରେ ଗୋଟିଏ ଅଘଟଣ ଘଟୁଥିବା ଜଣାପଡ଼ିଛି।
ସୂଚନା ଅନୁସାରେ-ଗତ ଜାନୁଆରୀ ୨୦ ତାରିଖରେ ଚିଲିକା ମଝିରେ ଭସାପୋଲ ଅଟକିଥିଲା।






More Stories
ତରଭୁଜ ନେଲା ଜୀବନ,୩ ଅସୁସ୍ଥ…..
ସୌମ୍ୟ ହତ୍ୟା ମାମଲା:ବନ୍ଧା ହେଲା ମୁଖ୍ୟ ଅଭିଯୁକ୍ତ ଚିନୁ…..
ତିରିଂ ଅଞ୍ଚଳରେ ଡବଲ ମର୍ଡର ……