Report Card Odisha

| Daily Odia News

ଓଜନ ହ୍ରାସ କରେ ରସୁଣ,ପୁଦିନା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଓଜନ ବୃଦ୍ଧି ହେଲେ ସଭିଏଁ ସାଧାରଣତଃ ବ୍ୟସ୍ତ ଓ ଚିନ୍ତିତ ହୋଇଯାଆନ୍ତି। ତେଣୁ ଓଜନ ହ୍ରାସ ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ପଡ଼ିଥାଏ। ଶରୀରରେ କାର୍ବୋହାଇଡ଼୍ରେଟର ମାତ୍ରା ଅଧିକ ହେଲେ ଶରୀରର ଓଜନ ବୃଦ୍ଧି ପାଇଥାଏ। ତେଣୁ ଲୋକେ କାବ୍ରୋହାଇଡ଼୍ରେଟ ମାତ୍ରା କମ ଥିବା ଖାଦ୍ୟ ଖାଇଥାଆନ୍ତି। ରୁଟିରେ ଏହି କାବ୍ରୋହାଇଡ଼୍ରେଟ ମାତ୍ରା କମ ଥିବାରୁ ଅଧିକାଂଶ ଲୋକେ ଓଜନ ହ୍ରାସ ପାଇଁ ରୁଟି ଖାଇବାକୁ ଆରମ୍ଭ କରିଥାଆନ୍ତି। ମାତ୍ର ଦିନରେ କେତେ ପରିମାଣରେ ରୁଟି ଖାଇବା ଉଚିତ ଜାଣନ୍ତୁ ….
ରୁଟିରେ କାବ୍ରୋହାଇଡ଼୍ରେଟର ମାତ୍ରା କମ ରହିଲେ ମଧ୍ୟ ଏଥିରେ ପ୍ରୋଟିନ ଓ ଫାଇବର ରହିଛି। ଏହି ଦୁଇଟି ପୋଷକ ତତ୍ତ୍ୱ ଶରୀର ପାଇଁ ଆବଶ୍ୟକ। ଗୋଟିଏ ରୁଟିରେ ୧୫ ଗ୍ରାମ କାର୍ବୋହାଇଡ଼୍ରେଟ, ୩ ଗ୍ରାମ ପ୍ରୋଟିନ ଓ ୦.୪ ଗ୍ରାମ ଫାଇବର ରହିଛି।


ଯଦି ଆପଣ ଓଜନ ହ୍ରାସ ପାଇଁ ଡ଼ାଏଟିଂ କରୁଛନ୍ତି, ତେବେ ଦିନରେ କେତେ ପରିମାଣରେ କାର୍ବୋହାଇଡ଼୍ରେଟ ଗ୍ରହଣ କରିବେ ତାହା ଜାଣିବା ଆବଶ୍ୟକ। ୨୫୦ ଗ୍ରାମ ପର୍ୟ୍ୟନ୍ତ କାବ୍ରୋହାଇଡ଼୍ରେଟ ଆପଣ ଗ୍ରହଣ କରିପାରିବେ । ତେଣୁ ଦୈନିକ ଆପଣ ୫ଟି ରୁଟି ଖାଇପରିବେ।
ବିଶେଷଜ୍ଞଙ୍କ ମତରେ ଓଜନ ହ୍ରାସ ପାଇଁ ଆପଣ ଯଥାସମ୍ଭବ ମଧ୍ୟାହ୍ନ ଭୋଜନ କିମ୍ବା ଅପରାହ୍ନ ୪ଟା ଭିତରେ ରୁଟି ଖାଇବା ଉଚିତ।
ରସୁଣ: ରସୁଣରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଛି। ଦୈନିକ ସକାଳେ ଖାଲିପେଟରେ ୨-୩ଟି ରସୁଣ କୋଲା ଚୋବାଇ ଖାଇଲେ ପେଟ କମ୍ ହେବା ସହ ଓଜନ ମଧ୍ୟ କମିଥାଏ। ଏହା କାରଣରୁ ରକ୍ତଚାପ ନିୟନ୍ତ୍ରିତ ହେବା ସହ ହୃଦରୋଗର ଆଶଙ୍କା ମଧ୍ୟ କମ୍ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ।

ପୁଦିନା ପତ୍ର: ପୁଦିନା ପତ୍ର ରସ କିମ୍ବା ପୁଦିନା ପତ୍ରର ପ୍ରୟୋଗ ବିଭିନ୍ନ ତରକାରିରେ କରିବା ଆବଶ୍ୟକ। ଏହି ପତ୍ରରେ ଥିବା ପୋଷକତତ୍ତ୍ବ ଭଲ ହଜମ କରିବା ସହ ଭୋକ ନିୟନ୍ତ୍ରଣ କରେ। ଏଣୁ ଭୋଜନ ପୂର୍ବରୁ ପୁଦିନା ପତ୍ର ରସ ଅଧ ଗିଲାସ ପିଇବା ଦ୍ବାରା ମେଦ ହ୍ରାସ ହୋଇଥାଏ।

Breaking News