ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆଜି ରାଜ୍ୟରେ ଆଉ ୧,୪୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୮୬୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୬୧୮ ଜଣ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୩୩୪ ପଜିଟିଭ୍ । ଖୋର୍ଦ୍ଧାରୁ ସର୍ବାଧିକ ୧୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୭୨, ବାଲେଶ୍ୱର ୩୪, ବରଗଡ ୨୫, ଭଦ୍ରକ ୨୦, ବଲାଙ୍ଗିର ୩୭, ବୌଦ୍ଧ ୩୬, କଟକ ୧୩୩, ଦେବଗଡ ୨୭, ଢେଙ୍କାନାଳ ୧୩, ଗଜପତିରୁ ୪୩ ଚିହ୍ନଟ ହୋଇଛନ୍ତି । ଗଞ୍ଜାମରେ ୨୭, ଜଗତସିଂହପୁର ୪୩, ଯାଜପୁର ୭୩, ଝାରସୁଗୁଡା ୩୯, କଳାହାଣ୍ଡି ୪୧, କନ୍ଧମାଳ ୧୨, କେନ୍ଦ୍ରାପଡା ୪୯, କେନ୍ଦୁଝରରେ ୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିସହିତ କୋରାପୁଟ ୫୮, ମାଲକାନଗିରି ୩, ମୟୂରଭଞ୍ଜ ୪୦, ନବରଙ୍ଗପୁର ୩୫, ନୟାଗଡ ୫୯, ନୂଆପଡା ୫୭, ପୁରୀ ୩୭, ରାୟଗଡା ୪୭, ସମ୍ବଲପୁର ୨୧, ସୋନପୁର ୨୭, ସୁନ୍ଦରଗଡ ୧୩୯ ଷ୍ଟେଟପୁଲରୁ ୩୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୩, ୧୨୬ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୨ଲକ୍ଷ ୪୮ହଜାର ୧୫୨ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୭୩ ହଜାର ୩କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୫ ହଜାର ୯୮୦ ରହିଛି । ସେହିପରି ଆଜି ୨୧ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି | ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୮୧୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
More Stories
ଆଜି ହେରାପଞ୍ଚମୀ ନୀତି,ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ…..
ଓଡ଼ିଶା ଆସିବେ ରାଷ୍ଟ୍ରପତି….
ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ପରେ ନିଷ୍ପତ୍ତିକୁ ସ୍ଥଗିତ କଲା ଓଏସ ସଂଘ ….