Report Card Odisha

| Daily Odia News

ଦୀପିକା ଙ୍କ ଲଭ୍‌ ରୋମାନ୍ସ …..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଗେହରାଇୟାଁ’ ଆଜି ରିଲିଜ୍‌ ହେଉଛି । ଏହି ଲଭ୍‌ ରୋମାନ୍ସ ଫିଲ୍ମରେ ଦୀପିକାଙ୍କ ବ୍ୟତୀତ ଅନନ୍ୟା ପାଣ୍ଡେ, ଧୋର୍ଯା କରଭା ଏବଂ ସିଦ୍ଧାନ୍ତ ଚତୁର୍ବେଦି ପ୍ରମୁଖ ଭୂମିକାରେ ଅଭିନୟ କରୁଛନ୍ତି।

ଫିଲ୍ମ ‘ଗେହରାଇୟାଁ’ର ଟ୍ରେଲର ପୂର୍ବରୁ ରିଲିଜ୍‌ କରାଯାଇଥିଲା । ଯାହାକୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ। ଫିଲ୍ମ ‘ଗେହରାଇୟାଁ’ ଆଜି ଆମାଜନ ପ୍ରାଇମ ଭିଡିଓରେ ରିଲିଜ୍‌ ହେଉଛି। ଏହି ଫିଲ୍ମରେ ଦୀପିକା ଏବଂ ସିଦ୍ଧାନ୍ତଙ୍କ ଚମତ୍କାର କେମେଷ୍ଟ୍ରିକୁ ଦର୍ଶକମାନେ ଆଗ୍ରହ ସହ ଅପେକ୍ଷା କରିଛନ୍ତି। ଫିଲ୍ମର ଷ୍ଟ୍ରିମିଂ ଆଜି ରାତି ୧୨ ଟାରୁ ଓଟିଟ ପ୍ଲାଟଫର୍ମରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି । ଏହି ଫିଲ୍ମଟିକୁ ଶକୁନ୍ ବତ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ । ଏହି ଫିଲ୍ମ ଟ୍ରେଲରରେ ରୋମାନ୍ସ ,ଲଭ୍‌, ଡ୍ରାମା ସହ ଦୀର୍ଘ ଦିନର ପ୍ରେମର ସମ୍ପର୍କକୁ ନେଇ କିଭଳି ଜଟିଳ ହୋଇଛି ତାହା ଦର୍ଶା ଯାଇଛି ।

 

Breaking News