Report Card Odisha

| Daily Odia News

୮୭ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଜଣେ ୮୭ ବର୍ଷୀୟା ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏଭଳି ଲଜ୍ୟା କର ଘଟଣା ଘଟିଛି ଦିଲ୍ଲୀର ତିଲକ ନିଗରରେ | ରବିବାର ଦିନ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ପରେ,ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଖବରରୁ ଜଣାପଡ଼ିଛି, ପୀଡିତା ତାଙ୍କ ୬୫ ବର୍ଷୀୟା ଝିଅ ସହ ରହନ୍ତି। ରବିବାର ଅପରାହ୍ନରେ ଝିଅ ବୁଲିବାକୁ ଯାଇଥିବା ବେଳେ ଜଣେ ଅଜ୍ଞାତ ବ୍ୟକ୍ତି ଘରେ ପଶି ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିଲେ। ପରିବାର ସଦସ୍ୟଙ୍କ କହିବାନୁଯାୟୀ, ଝିଅ ଘରକୁ ଫେରି ଦେଖିଥିଲେ ମା’ଙ୍କ ପୋଷାକ ଚିରି ଯାଇଥିଲା ଏବଂ ତାଙ୍କର ରକ୍ତସ୍ରାବ ହେଉଥିଲା। ତେବେ ବୃଦ୍ଧାଙ୍କ ଝିଅ ମୋବାଇଲ ଚୋରି ଯାଇଥିବା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଆଜି ପୁନର୍ବାର ସେ ଥାନାକୁ ଯାଇ ତାଙ୍କ ମାଆଙ୍କୁ ‌ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ କରିଛନ୍ତି।

 

Breaking News