Report Card Odisha

| Daily Odia News

ଲାଲୁ ଯାଦବ ଦୋଷୀ ସାବ୍ୟସ୍ତ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଆଜି ଲାଲୁଙ୍କୁ ଦୋଷୀ ସାବ୍ୟସ୍ତ ଲରିଛନ୍ତି ରାଞ୍ଚି ସିବିଆଇ କୋର୍ଟ । ଦୋରନ୍ଦା ଟ୍ରେଜେରୀରୁ ବେଆଇନ୍ ଅର୍ଥ ଉଠାଣ ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଛି । ଆସନ୍ତା ୧୮ ତାରିଖରେ କୋର୍ଟ ଦଣ୍ଡାଦେଶ ଶୁଣାଇବେ। ଲାଲୁଙ୍କ ସହ ଅନ୍ୟ ୭୫ ଜଣ ବି ଦୋଷୀ ସାବ୍ୟସ୍ତ ହୋଇଥିବା ସୂଚନା ମିଳିଛି। ଏବେ ସୁଦ୍ଧା କୌଣସି ସଜ୍ଜା ଶୁଣାଯାଇନାହିଁ । ସୂଚନାଯୋଗ୍ୟ, ଝାଡଖଣ୍ଡରେ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବ ଅଭିଯୁକ୍ତ ସାବ୍ୟସ୍ତ ହୋଇଛନ୍ତି । ଚାରିଟି ମକଦ୍ଦମା ଲାଲୁଙ୍କ ନାମରେ ରହିଛି । ଆଉ ଏସବୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଲାଲୁ । ବର୍ତ୍ତମାନ ସେ ୫ ନମ୍ବର ମାମଲାରେ ବି ଦୋଷୀ ହୋଇଛନ୍ତି । ଦୋରନ୍ଦା ଟ୍ରେଜେରୀରୁ ସେ ୧୩୯.୫ କୋଟି ଟଙ୍କାର ବେଆଇନ୍ ଅର୍ଥ ଉଠାଣ କରିଛନ୍ତି । ୧୯୯୬ର ଏହି ମାମଲାରେ ୧୭୦ ଜଣ ଅଭିଯୁକ୍ତ ଥିଲେ । ଏହା ଭିତରୁ ୫୫ ଜଣଙ୍କର ମୃତ୍ୟୁ ହୋଇସାରିଛି । ଅନ୍ୟ ୭ ଜଣଙ୍କୁ ସିବିଆଇ ସରକାରୀ ସାକ୍ଷୀ ବନାଇଛି । ଆଉ ଦୁଇଜଣ କୋର୍ଟର ନିଷ୍ପତ୍ତି ଆସିବା ପୂର୍ବରୁ ହିଁ ଦୋଷୀ ବୋଲି ମାନିଯାଇଛନ୍ତି । ସେହିପରି ୬ ଜଣ ଫେରାର୍ ଅଛନ୍ତି । ବାକି ୯୯ ଜଣଙ୍କର ନିଷ୍ପତ୍ତି ଆସିବ ।

Breaking News