Report Card Odisha

| Daily Odia News

ସଡ଼କ ଦୁର୍ଘଟଣାରେ ୪ ପୋଲିସ କର୍ମଚାରୀଙ୍କ ମୃତ୍ୟୁ……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ରାଜସ୍ଥାନ ଜୟପୁର ଜିଲ୍ଲାର କୋଟପୁଟଲି ଅଞ୍ଚଳରେ ଗତ ସୋମବାର ବିଳମ୍ବିତ ରାତିରେ ଏକ ଭୟାବହ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୪ ଜଣ ପୋଲିସ କର୍ମଚାରୀଙ୍କ ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଗୁଜୁରାଟ ପୋଲିସର ୪ଜଣ ପୋଲିସ ଦିଲ୍ଲୀର ଜଣେ ଅଭିଯୁକ୍ତକୁ ଧରି କାର ଯୋଗେ ଗୁଜୁରାଟ ଫେରୁଥିଲେ। ଉକ୍ତ କାରଟି ଜାତୀୟ ରାଜପଥର ନିହାର ମୋର୍ ନିକଟରେ ନିୟନ୍ତ୍ରଣ ହରାଇଥିଲା। ଏହାପରେ ପୋଲିସ କର୍ମଚାରୀ ବସିଥିବା କାରଟି ଏକ ଗଛରେ ଯାଇ ପିଟି ହୋଇ ଯାଇଥିଲା। ଆଉ ଗାଡ଼ି ଭିତରେ ବସିଥିବା ୪ଜଣ ପୋଲିସ କର୍ମଚାରୀଙ୍କ ସମେତ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଭାବରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ତେବେ ଦୁର୍ଘଟଣା କେଉଁ କାରଣରୁ ଘଟିଲା ତାହା ରିପୋର୍ଟ ଲେଖା ହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନଥିଲା। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଶୋକ ବ୍ୟକ୍ତ କରିଛନ୍ତି। ସେ ଟୁଇଟ୍ କରି କହିଛନ୍ତି, ” ଦିଲ୍ଲୀରୁ ଗୁଜୁରାଟକୁ ଅଭିଯୁକ୍ତକୁ ନେଇ ଯାଉଥିବା ଗୁଜୁରାଟ ପୁଲିସର ଗାଡି ଜୟପୁରର ଭାବରୁ ଅଞ୍ଚଳରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ଏହି ଦୁର୍ଘଟଣାରେ ୪ଜଣ ପୁଲିସ କର୍ମଚାରୀଙ୍କ ସମେତ ୫ଜଣଙ୍କ ମୃତ୍ୟୁ ହୋଇଛି। ଏହା ବଡ଼ ଦୁଃଖଦ ଖବର।

 

Breaking News