ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅନେକ ସମୟରେ ଆଖି ଡେଇଁବା କଥା ଶୁଣିଥାଉ । ଏହି ଲକ୍ଷଣକୁ ନେଇ ଶୁଭ କି ଅଶୁଭ ବୋଲି ଆଲୋଚନ କରିଥାଉ। ଆଖି ଡେଇଁବା କେବଳ ଶୁଭ କିମ୍ବା ଅଶୁଭ ନୁହେଁ। ବରଂ ଏହାର ଅନ୍ୟ କାରଣ ମଧ୍ୟ ରହିଛି। ଡାକ୍ତରଙ୍କ ମତାନୁଯାୟୀ, ଏହା ଶରୀରର ଏକ ପ୍ରାକୃତିକ ପ୍ରକ୍ରିୟା। ଯାହା କିଛି କାରଣରୁ ହୋଇଥାଏ।
ସାଧାରଣତଃ ଆଖି ଡେଇଁବା କିଛି ସେକେଣ୍ଡ କିମ୍ବା ମିନିଟ ମଧ୍ୟରେ ଠିକ ହୋଇଯାଇଥାଏ। ଏହା କୌଣସି ବଡ ରୋଗ ନୁହେଁ। ତେବେ ଅଧିକ ଦିନ ଧରି ଏହା ଲାଗି ରହିଲେ, ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।
ଆଖି ଡେଇଁବାର କାରଣ ଡାକ୍ତରଙ୍କ ଅନୁଯାୟୀ, (eyelid myokymia) କୁହାଯାଏ। ଏହା (orbicularis oculi) ଯାହା ଆଖି ଖୋଲିବା ଓ ବନ୍ଦ ହେବାର କାରଣ। ଯାହା କୌଣସି କାରଣରୁ ନିଜର ଦୈନନ୍ଦିନ ପ୍ରକ୍ରିୟା ଠାରୁ ଭିନ୍ନ ହୋଇଥାଏ। ଫଳରେ ଏହି ସମସ୍ୟା ସୃଷ୍ଟି ହୋଇଥାଏ।
ଆଖି ଡେଇଁବାର କାରଣ ….
ଚିନ୍ତାଗ୍ରସ୍ତ ରହିବା
ଅଧିକ ଚା’ କିମ୍ବା କଫିର ସେବନ
ଥକ୍କାପଣ
ଆଖିରେ କୌଣସି ପ୍ରକାର ସଂକ୍ରମଣ
ଆଖି ଶିରାରେ ସମସ୍ୟା
ଆଖି ଡେଇଁବା ଦୁଇ ପ୍ରକାରର। ପ୍ରଥମ ଆଖିପତା ପକାଇବା ଭଳି। ଯାହାକୁ (Essential blepharospasm )କୁହାଯାଏ। ୨ୟଟି (Hemifacial spasm) ଯାହା ତ୍ୱଚାର ଏକ ପାଖ ମାଂସପେଶୀ ଅନ୍ୟ ସହ ଅନ୍ୟଏକ ମାଂସପେଶୀ ସହ ବାଜି ଥାଆନ୍ତି।
ରୋକିବେ କିପରି ?
ଏକ କପଡାକୁ ହାଲକା ଉଷୁମ କରି ଏହାକୁ ଥଣ୍ଡା କରି ଧିରେ ଧିରେ ଆଖି ବନ୍ଦ କରି ସ୍ପର୍ଶ କରନ୍ତୁ।
ଚିନ୍ତାକୁ ନିଜ ଠାରୁ ଦୂରେଇ ରଖନ୍ତୁ। ଚିନ୍ତଗ୍ରସ୍ତ ରହିବା ଦ୍ୱାରା ଆଖି ଡେଇଁବା ସହ ଅନ୍ୟ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ।
ଅତ୍ୟଧିକ ପରିମାଣରେ ଚା’,କଫି, ଚକୋଲେଟ ଭଳି ଜିନିଷର ସେବନ କରନ୍ତୁ ନାହିଁ।
ଆବଶ୍ୟକ ପରିମାଣରେ ଶୁଅନ୍ତୁ। ନିଦ କମ ହେଲେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।
ଆଖିରେ କୌଣସି ସଂକ୍ରମଣ ଥିଲେ, ଆଖି ଅଧିକ ଶୁଷ୍କ ହେବା, ଲାଲ ହେବା ଦ୍ୱାରା ମଧ୍ୟ ଆଖି ଡେଇଁଥାଏ।






More Stories
ମୃତଦେହ ଝୁଣି ଖାଉଛି କୁକୁର…..
ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଘୋଷଣା…..
ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍ଡୋଜର…..