ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜେଲ୍ରୁ ବାହାରିଲେ ଲଖିମପୁର ଖେରି ହିଂସା ଘଟଣାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା। ଜାମିନ୍ ପରେ ଆଜି ସେ ଜେଲରୁ ବାହାରିଛନ୍ତି। ଆହ୍ଲାବାଦ ହାଇକୋର୍ଟ ଗତ ୧୦ ତାରିଖରେ ଆଶିଷ ମିଶ୍ରାଙ୍କୁ ଜାମିନ ମଞ୍ଜୁର କରିଥିଲେ। ଏହି ମାମଲାରେ ଆଶିଷ ମିଶ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ ରହିଛି। ତେବେ ଜାମିନ ମଞ୍ଜୁର କରିବା ସହ ହାଇକୋର୍ଟ ପୋଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ। ସେପଟେ ଆଶିଷ ମିଶ୍ରାଙ୍କ ଜାମିନ ମିଳିବା ନେଇ ରାଜନୈତିକ ଦଳଗୁଡିକ ମଧ୍ୟ ବିରୋଧ କରିଥିଲେ।
’






More Stories
ମମତାଙ୍କୁ ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି…..
ଇରାନ ଉପରେ ଆକ୍ରମଣ…..
ଇଣ୍ଡୋନେସିଆରେ ବିଜୁବାବୁଙ୍କୁ ମୋଦୀଙ୍କ ପ୍ରଶଂସା…..