ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାର୍କ ଆକ୍ରମଣରେ ସନ୍ତରଣକାରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଅଷ୍ଟ୍ରେଲିଆର ସିଡନୀରେ ଜଣେ ସନ୍ତରଣକାରୀଙ୍କୁ ବିଶାଳ ସାର୍କ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି। ସେଠାରେ ଉପସ୍ଥିତ ଥିବା ଲୋକେ ଏହି ଦୃଶ୍ୟ ଦେଖି ତାଙ୍କ ଦେହ ଶୀତେଇ ଉଠିଥିଲା । ସାର୍କଟି ଆକ୍ରମଣ କରିବା ସମୟରେ ବ୍ୟକ୍ତି ଜଣକ ସାହାଯ୍ୟ ପାଇଁ ଚିତ୍କାର କରୁଥିଲେ। ମାତ୍ର ସେହି ସ୍ଥାନରେ ଉପସ୍ଥିତ ଥିବା ଲୋକେ ଅସହାୟ ଥିଲେ। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ସନ୍ତରଣକାରୀଙ୍କ ରକ୍ତରେ ସମୁଦ୍ରର ସେହି ସ୍ଥାନର ଜଳ ରକ୍ତରେ ଲାଲ ହୋଇଯାଇଥିଲା। ସାର୍କ ପାଟିରେ ସନ୍ତରଣକାରୀଙ୍କ ଶରୀରରେ କିଛି ଅଂଶ ମଧ୍ୟ ଲୋକେ ଦେଖିଥିଲେ। ଉଦ୍ଧାରକାରୀ ଦଳ ପାଣିରୁ ମୃତଦେହର କିଛି ଅଂଶ ପାଇଥିଲେ। ରିପୋର୍ଟ ଅନୁଯାୟୀ, ସନ୍ତରଣକାରୀ ଜଣଙ୍କ ଅପରାହ୍ନ ସମୟରେ ସିଡନୀର ଏକ ସମୁଦ୍ର କୂଳରେ ପହଁରୁଥିଲେ। ସେହି ସମୟରେ ହଠାତ ଏକ ୧୪ ଫୁଟର ଧଳା ସାର୍କ ସନ୍ତରଣକାରୀଙ୍କ ଉପରେ ଆକ୍ରମଣ କରିଥିଲା। ଚିତ୍କାର ଶୁଣିବା ପାଇଁ କୂଳ ନିକଟରେ ଉଦ୍ଧାରକାରୀ ଦଳ ତୁରନ୍ତ ପହଞ୍ଚିଥିଲେ,ମାତ୍ର ସେତେବେଳକୁ ବିଳମ୍ବ ହୋଇଯାଇଥିଲା। ସନ୍ତରଣକାରୀ କିଛି ସମୟରେ ସଂଘର୍ଷ କରିବା ପରେ,ସାର୍କ ତାଙ୍କ ଶରୀରକୁ ଖଣ୍ଡବିଖଣ୍ଡ କରି ଦେଇଥିଲା। ପୋଲିସ କହିବାନୁଯାୟୀ, ସାର୍କକୁ ଖୋଜାଯଉଛି। ସାର୍କ ଆକ୍ରମଣକୁ ଅନେକ ଲୋକେ ରେକର୍ଡ କରିଛନ୍ତି। ଯେଉଁଥିରେ ସାର୍କ ମୃତଦେହଟିକୁ ପାଣି ଭିତରକୁ ଟାଣି ଟାଣି ନେବା ସହ ସମୁଦ୍ରରେ ଏଣେ ତେଣେ ବୁଲୁଥିବା ଦେଖାଯାଉଛି। ଏହି ଘଟଣାକୁ ନେଇ ଅନେକ ଲୋକେ ଏବେ ମଧ୍ୟ ଆଶ୍ଚର୍ଯ୍ୟ ଓ ଭୟଭୀତ ଅବସ୍ଥାରେ ରହିଛନ୍ତି। ୧୯୬୩ ମସିହା ପରେ ସିଡନୀରେ ଏହା ୨ୟ ସାର୍କ ଆକ୍ରମଣ। ୧୯୬୩ ସାର୍କ ଆକ୍ରମଣରେ ଜଣେ ଅଭିନେତ୍ରୀଙ୍କର ମୃତ୍ୟୁ ହୋଇଥିଲା।






More Stories
ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି…..
ଓଡିଶା ସରକାରଙ୍କୁ ଟାର୍ଗେଟ କଲେ ମହୁଆ……
ଦକ୍ଷିଣ ଗାଜା ଉପରେ ଇସ୍ରାଏଲର ଆକ୍ରମଣ…..