ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ବଢ଼ିବାରେ ଲାଗିଛି । ୟୁକ୍ରେନରେ ସ୍ଥିତି ବିଗିଡ଼ିବା ପରେ ଦେଶ ଛାଡ଼ୁଛନ୍ତି ପ୍ରବାସୀ ।ଆଜି ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଭାରତ ଫେରିଛନ୍ତି୨୪୨ ପ୍ରବାସୀ । ନୂଆଦିଲ୍ଲୀରେ ପହଞ୍ଚିବା ପରେ ନିଜ ରାଜ୍ୟକୁ ପଠାଯିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ ଭାରତୀୟ ଦୂତାବାସ ପକ୍ଷରୁ ୟୁକ୍ରେନ ଛାଡ଼ିବାକୁ ଗାଇଡଲାଇନ୍ ଜାରି ହୋଇଛି । ଆହୁରି ଅଧିକ ବିମାନ ପଠାଇବା ପାଇଁ ସରକାର ଯୋଜନା କରୁଛନ୍ତି । ୩ଦିନ ଭିତରେ ୩ଟା ବିମାନରେ ଭାରତୀୟମାନେ ୟୁକେନରୁ ଫେରିଆସିବେ । ୟୁକ୍ରେନରେ ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ନିଜ ନିଜ ପରିବାରକୁ ଘରକୁ ପଠାଇବା ପାଇଁ ରାଜନୈତିକ ଅଧିକାରୀକୁ କହିସାରିଛି । ଏହା ସହ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ରବିବାର ଦିନ ଏକ ଆଡଭାଇଜରୀ ଜାରି ଭାରତୀୟଙ୍କୁ ଅସ୍ଥାୟୀ ଭାବେ ଦେଶ ଛାଡ଼ିବାକୁ କହିଛି । ଆମେରିକରା ଭଳି ପାଶ୍ଚାତ୍ୟ ଦେଶ ମଧ୍ୟ ଏଭଳି ପଦକ୍ଷେପ ନେଇସାରିଛନ୍ତି ।
More Stories
ତୁମ ବାପା ମୋ ସହ କାମ କରିଛନ୍ତି,ଚୁପ୍ ହୋଇ ନିଜ ଜାଗାରେ ବସ….
ମହାକୁମ୍ଭରେ ବୁଡ଼ ପକାଇଲେ ପ୍ରଧାନମନ୍ତ୍ରୀ…..
ଅମିତ ଶାହଙ୍କ”ଗୁଣ୍ଡାରାଜ”,ଆପ୍ କର୍ମୀମାନଙ୍କୁ ଆକ୍ରମଣ….