Report Card Odisha

| Daily Odia News

ନିଆଳିରେ ୫ଟି ବୁଥରେ ମତଦାନ ବନ୍ଦ, ଭଦ୍ରକରେ ବାଲଟ ପେପର ନେଇଗଲେ ଦୁର୍ବୃତ୍ତ……

ରିପୋର୍ଟ କାର୍ଡ / କଟକ / ଭଦ୍ରକ

ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି । ଏହାରି ମଧ୍ୟରେ ନିଆଳି ପୋଖରୀଗାଁ ପଞ୍ଚାୟତର ୫ଟି ବୁଥରେ ମତଦାନ ବନ୍ଦ ରହିଛି । ୨, ୧୧, ୧୬, ୧୭ ଓ ୧୮ ନମ୍ବର ବୁଥ୍ରେ ମତଦାନ ବନ୍ଦ ରହିଛି । ବୁଥ୍ ଜବର ଦଖଲ ଅଭିଯୋଗରେ ଭୋଟିଂ ବନ୍ଦ ଥିବା ସୂଚନା ମିଳିଛି । ଖବର ପାଇ ପ୍ରଶାସନ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି । ତେବେ ତେବେ ରାଜ୍ୟର ଆଜି ୨୫ଟି ଜିଲ୍ଲା ଓ ୪୮ଟି ବ୍ଲକରେ ମତଦାନ ଆରମ୍ଭ ହୋଇଛି । ଏହା ସହ ୧୩୧ ଜିଲ୍ଲା ପରିଷଦ ଜୋନ୍, ୯୭୫ ପଞ୍ଚାୟତ ପାଇଁ ଚାଲିଛି ମତଦାନ । ଆଜି ୧୩ ହଜାର ୫୧୪ ବୁଥରେ ପ୍ରାୟ ୪୧ ଲକ୍ଷ ୮୮ ହଜାର ୩୮୨ ଭୋଟର ମତଦାନ ସାବ୍ୟସ୍ତ କରୁଛନ୍ତି । ମତଦାନ ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି । ସେହିପରି ଭଦ୍ରକରେ ମଧ୍ୟ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ମତଦାନ ଜାରି ରହିଛି । ମତଦାନ ଆରମ୍ଭରୁ ଭଦ୍ରକ ଜିଲ୍ଲା ଧାମନଗରରେ ଉତ୍ତେଜନା ଦେଖିବାକୁ ମିଳିଛି । ଫଳରେ କଟସାହିର ୧ ନମ୍ବର ବୁଥରେ ମତଦାନ ବନ୍ଦ ରହିଛି । ବାଲଟ ପେପର ନେଇଯାଇଛନ୍ତି ଦୁର୍ବୃତ୍ତ । ବୁଥ ଭିତରେ ମହିଳା ଭୋଟରଙ୍କୁ ମାଡ଼ ମାରି ଫେରାର ମାରିଥିବା ଅଭିଯୋଗ ହୋଇଛି । ଉତ୍ତେଜନା ପରେ ଘଟଣାସ୍ଥଳରୁ ୨ ଜଣଙ୍କୁ ଉଠାଇନେଇଛି ପୋଲିସ । ଉତ୍ତେଜନା ବଢ଼ିବାରୁ ମତଦାନ ବନ୍ଦ ରହିଛି । ତେବେ ରାଜ୍ୟର ଆଜି ୨୫ଟି ଜିଲ୍ଲା ଓ ୪୮ଟି ବ୍ଲକରେ ମତଦାନ ଆରମ୍ଭ ହୋଇଛି । ଏହା ସହ ୧୩୧ ଜିଲ୍ଲା ପରିଷଦ ଜୋନ୍, ୯୭୫ ପଞ୍ଚାୟତ ପାଇଁ ଚାଲିଛି ମତଦାନ । ଆଜି ୧୩ ହଜାର ୫୧୪ ବୁଥରେ ପ୍ରାୟ ୪୧ ଲକ୍ଷ ୮୮ ହଜାର ୩୮୨ ଭୋଟର ମତଦାନ ସାବ୍ୟସ୍ତ କରିବେ । ମତଦାନ ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି ।

 

Breaking News