ରିପୋର୍ଟ କାର୍ଡ / ଭୁବନେଶ୍ୱର
ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୋଦ୍ଧ ଜାରି ରହିଛି | ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ଫସିଥିବା ଓଡ଼ିଆ ପିଲା ଏବଂ ଶ୍ରମିକଙ୍କ ସୁରକ୍ଷିତ ଉଦ୍ଧାର ନେଇ ମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଭାରତ ସରକାର ୟୁକ୍ରେନ୍ ସହ ନିୟମିତ ଯୋଗାଯୋଗରେ ଅଛନ୍ତି। ସମସ୍ତଙ୍କୁ ସୁରକ୍ଷିତ ଭାବେ ସେଠାରୁ ଫେରାଇ ଆରଣିବାକୁ ଉଦ୍ୟମ କରାଯାଉଥିବା ନେଇ ଅମିତ ଶାହ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଥିବା ସୂଚନା ମିଳିଛି। ୟୁକ୍ରେନରେ ଫସି ରହିଥିବା ଓଡ଼ିଆଙ୍କ ମଧ୍ୟରେ ଝାରସୁଗୁ଼ଡା ଜିଲ୍ଲାର କେବଳ ୨୦ରୁ ଅଧିକ ଛାତ୍ରଛାତ୍ରୀ ଅଛନ୍ତି। ଏହାବାଦ ମୟୂରଭଂଜ, ଖୋର୍ଦ୍ଧା, କୁଚିଣ୍ଡାର ଛାତ୍ରଛାତ୍ରୀ ୟୁକ୍ରେନରେ ଫସି ରହିଥିବା ବେଳେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଗୁହାରି କରୁଛନ୍ତି ପରିବାର ଲୋକ।






More Stories
ଏଥର ଟିଏମସି ସମ୍ପୂର୍ଣ୍ଣ ସଫା…..
ଆରଏସଏସ“ରାଷ୍ଟ୍ରୀୟ ସରେଣ୍ଡର ସଂଘ”…..
ଅଶୋକ ଲାହିରୀ ନୀତି ଆୟୋଗ ଉପାଧ୍ୟକ୍ଷ…..