ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ୧ ତାରିଖରେ ମହାଶିବରାତ୍ରୀ | ଏହି ପାଇଁ ବିଏମସି ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । ଲିଙ୍ଗରାଜ ମନ୍ଦିରରେ ଆଡ କାଠ ପାଖରୁ ଦର୍ଶନ କରିବେ ଭକ୍ତ । ଦର୍ଶନ ବେଳେ କୌଣସି ପୂଜାର୍ଚ୍ଚନା କରିପାରିବେନି ଶ୍ରଦ୍ଧାଳୁ । ସାହାଣମେଲା ଦର୍ଶନ ଓ ଗର୍ଭଗୃହ ଦର୍ଶନ ପାଇଁ ଭକ୍ତଙ୍କୁ ଅନୁମତି ନାହିଁ । ଏହାସହିତ କୋଭିଡ କଟକଣାକୁ ସଠିକ ଭାବରେ ପାଳନ ପାଇଁ ନିର୍ଦ୍ଦେଶ ହୋଇଥିବା ବେଳେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ଓ ହାତକୁ ସାନିଟାଇଜ କରିବାକୁ ବିଏମ୍ସିର ପରାମର୍ଶ । ସେବାୟତ ମାନଙ୍କୁ ମଧ୍ୟ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବୟସ୍କ ବ୍ୟକ୍ତି , ଗର୍ଭବତୀ ଓ ୧୨ ବର୍ଷରୁ କମ ଶିଶୁଙ୍କୁ ଜାଗର ଯାତ୍ରାରେ ସାମିଲ ନ ହେବାପାଇଁ ବିଏମସିର ପରାମର୍ଶ । ମନ୍ଦିର ଭିତରେ ଛେପ ପକାଇବା, ଗୁଟୁଖା, ପାନ ଆଦିକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ସେହିପରି କୌଣସି ମେଳା ବା ଛୋଟ ଅସ୍ଥାୟୀ ବ୍ଯବସାୟୀଙ୍କୁ ବାରଣ ହୋଇଛି ।






More Stories
ମା’କୁ ଜାଳିଦେଲେ ପୁଅ…..
ମୁଖ୍ୟମନ୍ତ୍ରୀଙ୍କୁ ସୁଆଦ ବିଞ୍ଝାରପୁର ଦେଶୀଗାଈ କ୍ଷୀର…..
ସାଢ଼େ ୬ ଘଣ୍ଟା ପରେ ନଦୀରୁ ବାହାରିଲା କାର……