ରିପୋର୍ଟ କାର୍ଡ / ଭୁବନେଶ୍ୱର
କରୋନା ପାଇଁ ଶିକ୍ଷା ଅନୁଷ୍ଠାନରେ ଅନଲାଇନ ପାଠପଢା ହେଉଥିଲା | କିନ୍ତୁ କରୋନା ସଂକ୍ରମ କମିବାରେ ଲାଗିଛି | ଏବେସମସ୍ତ ବୈଷୟିକ ଓ ଦକ୍ଷତା ବିକାଶ ଅନୁଷ୍ଠାନର ସବୁ ସେମିଷ୍ଟାର ପରୀକ୍ଷା ଅଫ୍ଲାଇନ୍ରେ ହେବ । ଏଥିପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିପିୟୁଟି, ଭିସୁଟ୍ ବିଶ୍ୱବିଦ୍ୟାଳୟର କୁଳପତି ଓ ସମସ୍ତ ଦକ୍ଷତା ବିକାଶ ଅନୁଷ୍ଠାନକୁ ଚିଠି ଲେଖାଯାଇଛି । କରୋନା ସଂକ୍ରମଣ କମୁଛି । ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଆଉ କୌଣସି କଟକଣା ଲାଗୁ କରିନାହାନ୍ତି। ତେଣୁ ଗୁଣାତ୍ମକ ଶିକ୍ଷା ପାଇଁ ସମସ୍ତ ସେମିଷ୍ଟାର ପରୀକ୍ଷା ଅଫ୍ଲାଇନ୍ରେ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।






More Stories
ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡପ ମଣ୍ଡପ ବିଜେ…..
ଓଡିଶା ଆସିବେ ରାଷ୍ଟ୍ରପତି !…..
ଦୁର୍ବଳ ହେବ ଲଘୁଚାପ:ଏହି ଜିଲ୍ଲାକୁ ୟେଲୋ ଓ୍ବାର୍ନିଂ…..