Report Card Odisha

| Daily Odia News

ଅଫ୍‌ଲାଇନ୍‌ରେ ହେବ ସେମିଷ୍ଟାର ପରୀକ୍ଷା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

କରୋନା ପାଇଁ ଶିକ୍ଷା ଅନୁଷ୍ଠାନରେ ଅନଲାଇନ ପାଠପଢା ହେଉଥିଲା | କିନ୍ତୁ  କରୋନା  ସଂକ୍ରମ କମିବାରେ ଲାଗିଛି | ଏବେସମସ୍ତ ବୈଷୟିକ ଓ ଦକ୍ଷତା ବିକାଶ ଅନୁଷ୍ଠାନର ସବୁ ସେମିଷ୍ଟାର ପରୀକ୍ଷା ଅଫ୍‌ଲାଇନ୍‌ରେ ହେବ । ଏଥିପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ବିପିୟୁଟି, ଭିସୁଟ୍‌ ବିଶ୍ୱବିଦ୍ୟାଳୟର କୁଳପତି ଓ ସମସ୍ତ ଦକ୍ଷତା ବିକାଶ ଅନୁଷ୍ଠାନକୁ ଚିଠି ଲେଖାଯାଇଛି । କରୋନା ସଂକ୍ରମଣ କମୁଛି । ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଆଉ କୌଣସି କଟକଣା ଲାଗୁ କରିନାହାନ୍ତି। ତେଣୁ ଗୁଣାତ୍ମକ ଶିକ୍ଷା ପାଇଁ ସମସ୍ତ ସେମିଷ୍ଟାର ପରୀକ୍ଷା ଅଫ୍‌ଲାଇନ୍‌ରେ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Breaking News