Report Card Odisha

| Daily Odia News

WhatsAppରେ ସାମିଲ୍‌ ହେବ କଲ୍‌ ଲିଙ୍କ୍‌ ଫିଚର୍ସ….

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଲୋକପ୍ରିୟ ପସନ୍ଦିଦା ଆପ୍ ହ୍ବାଟ୍ସଆପ୍ | ଅନେକ ସମୟରେ ହ୍ବାଟ୍ସଆପ୍ ୟୁଜର୍ସଙ୍କ ପାଇଁ ନୂଆ ନୂଆ ଫିଚର୍ସ ଆଣିବାରେ ଲାଗିଛି | ବର୍ତ୍ତମାନ ହ୍ବାଟ୍ସଆପ୍ ମଧ୍ୟ ୟୁଜର୍ସଙ୍କ ପାଇଁ ଏକ ନୂଆ ଅପଡେଟ୍ ସହ ଫିଚର୍ସ ଆଣିବାକୁ ଟେଷ୍ଟିଂ କରୁଛି । ଏମିତିରେ ହ୍ବାଟ୍ସଆପ୍ ଆଗରୁ କଲ୍ ଭିଡିଓ କଲ୍ ପାଇଁ ଅପସନ୍ ରହିଛି । କିନ୍ତୁ ଏହା ଏଥିରୁ ସାମନ୍ୟ ଅଲଗା। ଯାହା ମେସେଜିଂ ଆପ୍‌ରେ କଲ୍‌ ସାମିଲ ହେବା ସହ ଲିଙ୍କ ଦେବା ପାଇଁ ଅନୁମତି ମଧ୍ୟ ରହିବ। ଯାହା କଲ୍ କରିବା ପାଇଁ ସହଜ ହେବ। ଏହା ପୂର୍ବରୁ ହ୍ବାଟ୍ସଆପ୍ ଏକ ଅପଡେଟ୍ ରିଲିଜ୍ କରିଥିଲା ଯାହା ୟୁଜର୍ସମାନଙ୍କୁ କଲ୍ ଆରମ୍ଭ କରିବାକୁ ଦେଇଥାଏ। ପୂର୍ବରୁ ଏହା ଆରମ୍ଭ ହୋଇସାରିଛି । ତେବେ ନୂଆ ଅପଡେଟ୍ ସହ ହୋଷ୍ଟ ହ୍ବାଟ୍ସଆପ୍ କଲ୍ ଅନ୍ୟକୁ ଇନ୍‌ବାଇଟ୍‌ କରିବା ପାଇଁ ସକ୍ଷମ ହେବ। ମିଡିଆ ରିପୋର୍ଟରେ କୁହାଯାଇଛି କି ହ୍ବାଟ୍ଆପ୍‌ରେ ଖୁବ୍ ଶୀଘ୍ର କଲ୍ ଲିଙ୍କ କରାଯିବ । ଯେଉଁଥିପାଇଁ କଲ କରିବା ଲୋକଙ୍କୁ ସହଜ ହେବ। ଏହା ମନେ ରଖିବାକୁ ଉଚିତ୍ କି ହ୍ବାଟ୍ସଆପ୍ ଆପ୍ କଲ୍ ପାଇଁ ଇନ୍‌ଭାଇଟ୍‌ ଲିଙ୍କ୍ କରୁଥିବା ୟୁଜର୍ସମାନେ ମଧ୍ୟ ଆପରେ ଏକ ଆକାଉଣ୍ଟ୍ ଖୋଲିବାକୁ ପଡିବ । କାହିଁକି ନା ଏଥିରେ କଲ୍ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ଦ୍ୱାରା ସୁରକ୍ଷିତ ଅଟେ। ତେବେ ଏହି ଅପଡେଟ୍ ଟେଷ୍ଟିଂରେ ଅଛି । ୟୁଜର୍ସମାନେ ବର୍ତ୍ତମାନ ସୁଦ୍ଧା କଲ୍ ଲିଙ୍କ୍ କରି ପାରିବେ ନାହିଁ । ଏହି ଫିଚର୍ସ ମେସେଞ୍ଜରରେ ଠାରୁ ସାମାନ୍ୟ ଅଲଗା କାରଣ ସମସ୍ତ ୟୁଜର୍ସମାନେ କଲ୍ ରେ ସାମିଲ୍ ହେବା ପାଇଁ ହ୍ବାଟ୍ଆପ୍‌ରେ ଆକାଉଣ୍ଟ ଆବଶ୍ୟକ। ଏହା ବ୍ୟତୀତ, ମେଟା ମାଲିକାନା ପ୍ଲାଟଫର୍ମ ଏହାର ଭଏସ୍ ମେସେଜ୍ ଫିଚର୍ସ ପାଇଁ ଏକ ନୂତନ ଅପଡେଟ୍ ମଧ୍ୟ ଜାରି କରିଛି । ଏକ ନୂଆ UI ମଧ୍ୟ ଆଣିଛି। ପ୍ଲାଟଫର୍ମର ବିଟା ଭର୍ସନରେ iOS ବ୍ୟବହାରକାରୀଙ୍କ ପାଇଁ ଏହି ନୂଆ ଇଣ୍ଟରଫେସ୍କୁ ଲଞ୍ଚ କରାଯାଇଛି । ଏହା ସହ ଏହି ଫିଚର୍ସଟି କେବଳ ଆଇଫୋନ୍ ଏବଂ ଆଇପ୍ୟାଡ୍ ୟୁଜର୍ସଙ୍କ ପାଇଁ ଲଞ୍ଚ କରାଯାଇଛି । ଏହି ଫିଚର୍ସକୁ ଆଣ୍ଡ୍ରଏଡ୍ ଏବଂ ୱେବ୍ ଭର୍ସନ ପାଇଁ କେବେ ଆଣିବ ତାହା ଦେଖିବାକୁ ବାକି ରହିଲା।

Breaking News