ରିପୋର୍ଟ କାର୍ଡ / ଗଞ୍ଜାମ
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଦେଓଗାଁ ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇ ୪ ଜଣ ଗୁରୁତର ହୋଇଛନ୍ତି । ଆଜି ଦିନ ଦୀ ପ୍ରହରେ କୋଦଳା ଠାରୁ ବୁଗୁଡ଼ା ଅଭିମୁଖେ ଯାଉଥିବା ବାଇକ ସହ ବିପରୀତ ଦିଗରୁ ଆସୁଥିବା ବାଇକ ମଧ୍ୟରେ ଦେଓଗାଁ ନିକଟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ୪ ଜଣ ଗୁରୁତର ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ଦେଓଗାଁ ଗ୍ରାମବାସୀ ପହଂଚି ଗୁରୁତରଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଯିଥିଲା | ସେଠାରେ ପ୍ରାଥମିକ ଚିକିତ୍ସା ପରେ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ କେ ସିଜି ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି ।ଗୁରୁତର ହୋଇଥିବା ବ୍ୟକ୍ତି ମାନେ ହେଲେ ବୁଗୁଡ଼ା ଗ୍ରାମର ଶଙ୍କର ସାହୁ, ଶୁଭଶ୍ରୀ ସାହୁ, ଲିପ୍ଶାରାଣୀ ସାହୁ ଓ ଥୁରୁବୁରି ଗ୍ରାମର ସୁଦର୍ଶନ ମହାନ୍ତି । ଶଙ୍କର ସାହୁ, ଲିପ୍ସାରାଣୀ ସାହୁ ଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ବେଳେ ସୁଦର୍ଶନ ମହାନ୍ତି ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଘଟଣା ସ୍ଥଳରେ କବିସୂର୍ଯ୍ୟନଗର ପୋଲିସ ପହଂଚି ଗାଡି ଦୁଇଟିକୁ ସିଜ କରିବା ସହ ତଦନ୍ତ ଚଳାଇଥିବା ଜଣାପଡିଛି |






More Stories
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..