ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନ ଉପରେ ରୁଷର ଆକ୍ରମଣ କରିଛି | ବିବାଦ ତୀବ୍ରତର ହେଉଛି | ଏହାକୁ ନେଇ ଆମେରିକା ଏବଂ ତା ସହଯୋଗୀମାନେ ରୁଷ ଉପରେ ସମସ୍ତ ପ୍ରକାର ପ୍ରତିବନ୍ଧକ ଲଗାଉଛନ୍ତି । ଋଷିଆରେ ଗୋଟିଏ ଦିନ ପୂର୍ବରୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ଏବଂ ଟ୍ୱିଟରକୁ ଆଂଶିକ ପ୍ରତିବନ୍ଧକ ଲଗାଇଥିଲା । ଏବେ ଫେସ୍ବୁକ୍ ଗୁଗୁଲ ପରେ ବର୍ତ୍ତମାନ ୟୁଟ୍ୟୁବ ପ୍ରତିବନ୍ଧକ ଲାଗିଛି | ଋଷର ଆରଟି ଓ ଏବଂ ଅନ୍ୟାନ୍ୟ ଟିଭି ଚ୍ୟାନେଲ ଉପରେ ୟୁଟ୍ୟୁବରେ ହେଉଥିବା ରୋଜଗାର ଉପରେ ପ୍ରତିବନ୍ଧକ ଲଗାଇଛି। ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଶନିବାର ଦିନ ଗୁଗୁଲ ଦ୍ୱାରା ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହାକୁ ନେଇ ଗୁଗୁଲ ଋଷର ମାଲିକାନା ଆରଟି ଏବଂ ଅନ୍ୟ ଚ୍ୟାନେଲ ଗୁଡ଼ିକ ୟୁଟ୍ୟୁବରେ ସେମାନଙ୍କର ଭିଡିଓ ଭିୟୁ ଏବଂ ବିଜ୍ଞାପନରୁ ହେଉଥିବା ରୋଜଗାର ଉପରେ ରୋକ୍ ଲଗାଇଛି । କହିବାକୁ ଗଲେ ମେଟା ଏହାର ଫେସବୁକ୍ ପ୍ଲାଟଫର୍ମ ପାଇଁ ମଧ୍ୟ ସମାନ ନିଷ୍ପତ୍ତି ନେଇଛି । ଫେସବୁକ ମଧ୍ୟ ଋଷର ଯେକୌଣସି ମିଡିଆ ହାଉସ୍ରେ ବ୍ୟବହାର କରାଯାଇ ଟଙ୍କା ରୋଜଗାର କରିବାକୁ ବାରଣ କରିଛି । ହେଲେ ଏବେ ଏହି ପ୍ରତିବନ୍ଧକ କେତେ ଦିନ ପର୍ଯ୍ୟନ୍ତ ଚାଲିବ ତାହା ସ୍ପଷ୍ଟ ହୋଇନାହିଁ। ଦେଶର ସୁରକ୍ଷା ପାଇଁ ଏହା ଆବଶ୍ୟକ ବୋଲି ଋଷିଆ କହିଥିବା ଚର୍ଚା ହେଉଛି |
More Stories
୪ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ କଲେ ରାଷ୍ଟ୍ରପତି…..
ଫାସ୍ଟ୍ୟାଗ୍ ନ ଲଗାଇଲେ ହେବେ କଳାତାଲିକାଭୁକ୍ତ….
ୟୁକ୍ରେନ ଉପରେ ରୁଷର ୭୦୦ ଡ୍ରୋନ ମାଡ଼…..